ପ୍ରବଳ ବର୍ଷା ଯୋଗୁଁ ଭୁସ୍ଖଳନ ; ପାହାଡ଼ ଉପରୁ ବିଶାଳକାୟ ପଥର ଖସି ରାସ୍ତା ବନ୍ଦ

ରାୟଗଡା: ବୁଧବାର ଠାରୁ ଲାଗି ରହିଥିବା ଅତି ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରିସ୍ଥିତି ସଙ୍ଗୀନ ହୋଇଛି।୮ଟି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେଇଛି। ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ପୁଟାସିଂ ନିକଟ ରେଜିଙ୍ଗତାଲ ଘାଟିରେ ଅତି ପ୍ରବଳ ବର୍ଷା ଯୋଗୁଁ  ପଥର ଧସିଛି । ପ୍ରବଳ ବର୍ଷା ଯୋଗୁ ଭୁସ୍ଖଳନ ହୋଇ ବହୁ ବଡ଼ ବଡ଼  ପଥର ଖଣ୍ଡ ପାହାଡ଼ ଉପରୁ ଖସି ରାସ୍ତାରେ ପଡିଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। 

ମୁଷଳଧାରାରେ ବୃଷ୍ଟିପାତ ହୋଇ ଚାରିଆଡ଼ ଜଳମଗ୍ନ ହୋଇ ପଡ଼ିଥିବା କାରଣରୁ କଟକ, ଗଞ୍ଜାମ, ଗଜପତି, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର ଓ ପୁରୀ ଜିଲ୍ଲାରେ ଆଜି ଦିନକ ପାଇଁ ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଅତି ପ୍ରବଳ ଏବଂ ନିରବଚ୍ଛିନ୍ନ ବର୍ଷା ଯୋଗୁଁ  ଗଞ୍ଜାମ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଛି। ଓ ୪ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦେଶ ଦେଇଛି। କିନ୍ତୁ ଶିକ୍ଷକମାନେ ସେମାନଙ୍କ ପାଇଁ ନିର୍ଦ୍ଧାରିତ ସମୟରେ ସ୍କୁଲ୍‌କୁ ଆସିବାକୁ କୁହାଯାଇଛି।

ବାଲେଶ୍ୱର ଜିଲ୍ଲାରେ ମଧ୍ୟ ବର୍ଷା ଯୋଗୁଁ ଜନଜୀବନ ଅତିଷ୍ଠ ହୋଇଉଠିଛି। ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲା. କଟକ, ଭଦ୍ରକ, ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ଲଘୁଚାପ ଜନିତ ନିରବଚ୍ଛିନ୍ନ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ସମସ୍ତ ସ୍କୁଲ୍‌ ଏବଂ ଅଙ୍ଗନବାଡ଼ି ଗୁରୁବାର ଓ ଶୁକ୍ରବାର ଦିନ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର