ଲଗାଣ ବର୍ଷାରେ ଅନେକ ଜିଲ୍ଲାର ସ୍ଥିତି ବେହାଲ: ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତରପଶ୍ଚିମ ଓଡ଼ିଶାରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୭ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଶୁକ୍ରବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଏହି ୭ଟି ଜିଲ୍ଲା ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟ ରହିଛି। ଗତକାଲି ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୩୦.୪ ଡିଗ୍ରି ସେଲସିୟସ୍‌ ଥିବା ବେଳେ ହୀରାକୁଦରେ ସର୍ବନିମ୍ନ ତାପମାତ୍ରା ୨୦.୨ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଦୁଇଦିନର ଲଗାଣ ବର୍ଷା ଯୋଗୁଁ ଭଦ୍ରକରେ ଜନଜୀବନ ବେହାଲ ହୋଇଛି । ଭଦ୍ରକ ସହରାଞ୍ଚଳ ନିକଟ ର୍ମିଜାପୁର ଓ ଗୁଜିଦରଡା ଅଞ୍ଚଳରେ ପାଣି ପଶିଯିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଲୋକେ ଘରୁ ବାହାରି ପାରୁନାହାନ୍ତି। ସେପଟେ ଲଗାଣ ବର୍ଷା ଫଳରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକରେ ଅଧିକ ଖରାପ ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଲୋକେ । ରାସ୍ତାଘାଟ ପାଣିରେ ବୁଡିଥିବାରୁ ଯାତାୟତରେ ସମସ୍ୟା ଦେଖାଦେଇଛି। ପାଣି ଘେରରେ ରହିଛି ସ୍କୁଲ ଓ ସରକାରୀ ଅଫିସ । କୁତ୍ରାର କେନ୍ଦ୍ରୀୟ ବିଦ୍ୟାଳୟରେ ପାଣି ପଶିଯିବା ଯୋଗୁଁ ସ୍କୁଲ କର୍ତୃପକ୍ଷ ଛୁଟି ଘୋଷଣା କରିଛନ୍ତି । ସେହିଭଳି କୁତ୍ରା ପଶୁ ଡାକ୍ତରଖାନା, ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସରେ ବି ପାଣି ପଶିଯାଇଛି । ଅନ୍ୟପକ୍ଷରେ ସୁନ୍ଦରଗଡ଼ରେ ବି ଅନେକ ସ୍ଥାନ ଜଳବନ୍ଦୀରେ ରହିବା ସହି ଘର ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର