ଯାଜପୁରସଦର: କିଛିଦିନ ହେଲା ଗରମ ଓ ଅସହ୍ୟ ଗୁଳିଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିଲା। ଆଜି ଅପରାହ୍ଣରେ ପ୍ରବଳ ବର୍ଷା ପରିବେଶକୁ ଥଣ୍ଡା କରି ଇଛି। ଯାଜପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଅପରାହ୍ଣ ୪ରୁ ପ୍ରବଳ ବର୍ଷା ହୋଇଥିଲା।
ପ୍ରାୟ ଦେଢ଼ଘଣ୍ଟା ଧରି ପ୍ରବଳ ବର୍ଷା ହେବାରୁ ଯାତାୟାତ ଠପ୍ ହୋଇଯାଇଥିଲା। ଯାଜପୁର ସହରର ପ୍ରମୁଖ ରାସ୍ତାରେ ବର୍ଷାଜଳ ଲହଡ଼ି ମାରିଥିଲା।