ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବଲୀଳା, ପ୍ରବଳ ମେଘ ପବନ

ବଜ୍ରପାତ ଘଟି ମହିଳା ଗୁରୁତର

ଭଞ୍ଜନଗର: ଆଜି ଭଞ୍ଜନଗର ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷା ହୋଇଛି। ଦିନସାରା ପାଗ ଅନୁକୂଳ ଥିବା ବେଳେ ଅପରାହ୍ନରେ କାଳବୈଶାଖୀ ତାର ତାଣ୍ଡବଲୀଳା ଖେ ଲାଇଥିଲା । ବିଜୁଳି ଘଡ଼ଘଡ଼ି ସହ ପବନ ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ସ୍ଥାନରେ ଗଛ ଡାଳ ଭାଙ୍ଗିବା ଯୋଗୁ ତାର ଛିଣ୍ଡି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଛି।

ବଜ୍ରାଘାତରେ ବହୁ ଇଁସୁଲେଟର ନଷ୍ଟ ହୋଇ ୩୩ କେଭି ବିଦ୍ୟୁତ୍ ସଂଯୋଗରେ ତ୍ରୁଟି ଦେଖା ଦେଇଥିବା ଜଣାପଡିଛି।  ବହୁ ସ୍ଥାନରେ ଛୋଟ ବଡ଼ ଗଛ ଡାଳ ଭାଙ୍ଗିଯିବା ସହ ଅନେକ ସ୍ଥାନରେ ଗଛ ଡାଳ ପଡି ରାସ୍ତା ଅବରୋଧ ହୋଇଛି। କିଛି ଦିନ ହେବ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଜି କାଳ ବୈଶାଖୀ ଯୋଗୁ ଗରମ ରୁ ସାମାନ୍ୟ ଆଶ୍ୱସ୍ତି  ଅନୁଭବ କରିଛନ୍ତି। ଏହାସହ ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗ୍ରାମର ଭବିନି ସାହୁ(୩୮) ବଜ୍ରାଘାତରେ ଗୁରୁତର ଆହତ ହୋଇଛନ୍ତି। ଭବିନୀ ଅପରାହ୍ନରେ ନିଜ ପଦର କିଆରୀରେ କାମ କରିବାକୁ ଯାଇଥିଲେ। ସେଠାରେ ବର୍ଷା ଆସିବାରୁ ଗୋଟେ ଗଛ ମୂଳରେ ଯାଇ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ହୋଇଥିଲା।ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ ।ତାଙ୍କ ପାଖରେ ଥିବା ମୋବାଇଲ ତି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ରୁ ବଜ୍ରପାତ  ସମୟରେ ସେ ମୋବାଇଲ ରେ କଥା ହେଉଥିବା ଅନୁମାନ କରାଯାଉଛି। ଆମ୍ବୁଲାନ୍ସ ଯୋଗେ ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନା ଆଣିଥଲେ।

ସମ୍ବନ୍ଧିତ ଖବର