ଦେଖନ୍ତୁ ଭିଡିଓ: ଭୁବନେଶ୍ୱରରେ ବର୍ଷା; ଘରେ ପଶିଲା ପାଣି, ପଥଚାରୀ ହନ୍ତସନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ସନ୍ଧ୍ୟାରେ ପ୍ରବଳ ବର୍ଷା ହୋଇଛି । ସହରର ତଳିଆ ଅଂଚଳରେ ଥିବା ଘରଗୁଡ଼ିକୁ ପାଣି ପ୍ରବେଶ କରିଛି । ରାସ୍ତାକଡ଼ର ଡ୍ରେନ୍‌ରୁ ପାଣି ଉଛୁଳିଛି । ୱାର୍ଡ ନଂ ୧୩, ୧୯, ଇସ୍କନ ମନ୍ଦିର ସମ୍ମୁଖ, କଟକ ରୋଡ଼ରେ ବର୍ଷା ଜଳ ପ୍ରବାହିତ ହୋଇଥିବାରୁ ପଥଚାରୀଙ୍କୁ ହଇରାଣ ହେବାକୁ ପଡ଼ିଛି । କଟକରୋଡ ବମିଖାଲ ବ୍ରିଜ, ରସୁଲଗଡ଼, ଆଚାର୍ଯ୍ୟବିହାର, ଜୟଦେବ ବିହାର, ଫାୟାର ଷ୍ଟେସନ ବ୍ରିଜ ତଳେ ଲୋକଙ୍କୁ ଘଣ୍ଟାଏରୁ ଅଧିକ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଛି ।

ରାଜଧାନୀରେ ଆଜି ସନ୍ଧ୍ୟା ପ୍ରାୟ ୫ଟାରୁ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ୧ ଘଣ୍ଟାରୁ ଅଧିକ ସମୟ ଧରି ପ୍ରବଳ ବର୍ଷିଥିଲା । ଫଳରେ ନିମ୍ନ ଅଂଚଳରେ ଥିବା ରାସ୍ତାଗୁଡ଼ିକ ପାଣିରେ ବୁଡ଼ିଯାଇଥିଲା । ଲୋକଙ୍କର ଯାତାୟତରେ ବ୍ୟାଘାତ ସୃଷ୍ଟି ହୋଇଥିଲା ।

ଭୁବନେଶ୍ୱରସ୍ଥିତ ୱାର୍ଡ ନମ୍ବର ୧୩ର ଜଗନ୍ନାଥ ବିହାରରେ ଥିବା ପ୍ରୀତି ଏନ୍‌କ୍ଲେଭରେ ବର୍ଷା ଜଳ ପ୍ରବେଶ କରିଛି । ଆପାର୍ଟମେଣ୍ଟ ତଳେ ଆଣ୍ଟୁଏ ପାଣି ଭର୍ତ୍ତି ହୋଇଛି । ସେହିପରି ଚିନ୍ତାମଣିଶ୍ୱରରେ ରାସ୍ତାରେ ଆଣ୍ଟୁଏ ପାଣି ପ୍ରବାହିତ ହୋଇଛି ।

ସମ୍ବନ୍ଧିତ ଖବର