ଫୁଲୁଛି ସାବେରୀ-ସିଲୁର ନଦୀ; ଲଗାଣ ବର୍ଷାରେ ମାଲକାନଗିରି ସୀମାନ୍ତ ବୁଡିଲା, ୩୨୬ ଜାତୀୟ ରାଜପଥ ସଂପୂର୍ଣ୍ଣ ରୂପେ ଠପ୍

ମାଲକାନଗିରି: ଗଚ ଚାରି ଦିନର ବର୍ଷାରେ ମୋଟୁ ତହସିଲ ଏବଂ ପଡିଆ ଅଂଚଳର ବହୁ ଗ୍ରାମ ଜଳମଗ୍ନ ହେବା ସହ ମୋଟୁ ପର୍ଯ୍ୟନ୍ତ ଗୋଦାବରୀର ପଛୁଆ ଅଂଚଳର ପାଣି ଧିରେ ଧିରେ ପଶିବାକୁ ଲାଗିଲାଣି। ଏହାକୁ ସହଯୋଗ କରୁଛି ମୋଟୁ ସୀମାନ୍ତକୁ ଲାଗି ରହିଥିବା ସାବେରୀ ଏବଂ ସିଲେରୁ ନଦୀ। ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକର ୬ଟି ପଞ୍ଚାୟତ ସଂପୂର୍ଣ୍ଣଅଣ ଜଳମଗ୍ନ ହେବା ସହ ମୋଟୁ ତହସିଲର ସଦର ମହକୁମା, ବାରିବାଞ୍ଛା, ବିନାୟକପୁର, ଆଲମା, ମୁରଲିଗୁଡା, କୋତାଗୁଡା, ରେଡିପାଲ, ଚିନାପୁର, ଇଛାପୁରମ, କମଳାପୁରମ, ଲକନଗୁଡା, ଟେଟରାଇ, ପୁଷୁଗୁଡା ପଞ୍ଚାୟତର ଗାରସାପାଲୀ, ପରସନପାଲୀ, ମକାନପାଲୀ, ରାମଭରମ, ସୁନାବେଡା, ପେଟା ଜଳମଗ୍ନ ହୋଇପାରେ।

ସେହିପରି ବର୍ଷା ଜାରି ରହିଲେ ସିମିଳିବାଞ୍ଛା ପଞ୍ଚାୟତର ସମିଳିବାଞ୍ଛା, ଗୋରଖପାଲୀ, ପୁଟମପାଲି, କୁରତି, ଏମଭି-୬୧, ଏମଭି-୬୦, ଏମଭି୧୧୬, ଏମଭି-୬୨, କାଲଦାପାଲି ପାଣିରେ ବୁଡିବ ବୋଲି କୁହାଯାଇଛି। କାଲିମେଳା ବ୍ଲକର ମାଲାଭରମ ପଞ୍ଚାୟତର ବେନାଲକୋଟା, କମାରଗୁଡା, ବୁପେନକୋଣ୍ଡା, ତିଣ୍ଡର, ରାଜପାଲୀ ଏବଂ ମାନ୍ୟମକୋଣ୍ଡା ଗ୍ରାମ ପଞ୍ଚାୟତର ପାଲେରୁ, ଏରାବରା, ଟାଗରକୋଅଟା, ସିଙ୍ଗରାଜକୋଣ୍ଟା ଜଳମଗ୍ନ ହେବ।

ଗତ ଚାରି ଦିନ ଧରି ମାଲକାନଗିରିରୁ ଛଥିଶଗଡ, ତେଲେଙ୍ଗାନା ଏବଂ ଆନ୍ଧ୍ରକୁ ଯାଇଥିବା ୩୨୬ ଜାତୀୟ ରାଜପଥ ସଂପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି। ଶହ ଶହ ଗାଡି ରାସ୍ତାର ଦୁଇପଟେ ଠିଆ ହୋଇ ରହିଛି। ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ପୁରୁଣା ମୋଟୁକୁ ସଂପୂର୍ଣ୍ଣ ରୂପେ ପାଣି ବୁଟାଇ ରଖିଥିବା ବେଳେ ମୋଟୁକୁ ପହଞ୍ଚିବାକୁ ଆଉ ବେଶୀ ସମୟ ଲାଗିବ ନାହିଁ। ପୋଲାଭରମ ପ୍ରକଳ୍ପକୁ ନେଇ ଆଗରୁ ଯେଉଁ ଆଶା ଓ ଆଶଂକା କରାଯାଉଥିବା ତାହା ସତ୍ୟ ହେବାକୁ ଲାଗିଛି। ଆଗକୁ ମାଲକାନଗିରି ଜିଲ୍ଲାପାଳଁ ଏକ ବଡ ବିପଦ ଘନଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ହଜାର ହଜାର ଲୋକ ବିସ୍ଥାପିତ ହେବା ସହ ଲୋକେ ନିଜର ଭିଟାମାଟି ହରାଇବେ। ସୀମାନ୍ତ ଗ୍ରାମବାସୀ ଆତଙ୍କିତ ହୋଇପଡିଥିବା ବେଳେ ତୁରନ୍ତ ଏହାର ସମାଧାନ ନେଇଦାବି କରିଛନ୍ତି। ପ୍ରକାଶ ଥାଉକି ଓଡିଶା, ଛତିଶଗଡ ଏବଂ ତେଲେଙ୍ଗାନାରେ ଏହି ପ୍ରକଳ୍ପକୁ ନେଇ କୌଣସି ପଲ୍ଲୀସଭା କରାଯାଇ ନାହିଁ, ଯେଉଁଥିପାଇଁ ଆଜି ଲୋକଙ୍କୁ ବହୁମୂଲ୍ୟ ଦେବାକୁ ପଡୁଛି। ତେବେ ଆଗକୁ ଏହି ପ୍ରକଳ୍ପ କି ପ୍ରକାଲ ରୂପ ଦେଖାଉଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର