ସମ୍ବଲପୁର: ଲଗାଣ ବର୍ଷା ସମ୍ବଲପୁରବାସୀଙ୍କ ଦୁଃଖ ବଢ଼ାଉଛି। ଗତକାଲିଠାରୁ ସହରରେ ଲଗାଣ ବର୍ଷା ଜାରି ରହିଥିବାରୁ ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ସବୁଠାରୁ ଅଧିକ ବିପରୀତ ପରିସ୍ଥିତିର ସାମ୍ନା କରୁଛନ୍ତି ହୀରାକୁଦ କଲୋନିବାସୀ। ଏହି କଲୋନି ଦେଇ ଯାଇଥିବା ଧୋବିଯୋର ନାଳ ସହରର ବର୍ଜ୍ୟ ଜଳ ମହାନଦୀରେ ନିଷ୍କାସିତ ହୋଇଥାଏ। କିନ୍ତୁ ଏବେ ମହାନଦୀ ଜଳସ୍ତର ଉଚ୍ଚ ଥିବାରୁ ସହରୁ ଜଳ ନିଷ୍କାସନ ପାଇଁ ବିନାଖଣ୍ଡି ଠାରେ ଥିବା ଧୋବିଯୋର ସ୍ଲୁଇସ ଗେଟଗୁଡ଼ିକ ବନ୍ଦ କରି ଦିଆଯାଇଛି।
/sambad/media/post_attachments/wp-content/uploads/2022/08/326bf316-4e70-41ae-8fb7-6afb92e11bdf.jpg)
ଅପରପକ୍ଷେ କାଲିଠାରୁ ସହରରେ ବର୍ଷା ଲାଗି ରହିଛି। ତେଣୁ ସହରର ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ବିଭିନ୍ନ ତଳିଆ ଅଞ୍ଚଳରେ ଜଳଭର୍ତ୍ତି ହୋଇରହିଛି। ହୀରାକୁଦ କଲୋନିବାସୀଙ୍କ ପାଇଁ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଏଠାରେ ଲୋକଙ୍କର ଜନଜୀବନ ଅଧିକ ପ୍ରଭାବିତ ହୋଇଛି। ହୀରାକୁଦ କଲୋନିରେ ଲୋକଙ୍କର ଘର ଭିତରେ ପାଣି ପ୍ରବେଶ କରିଛି। ଘର ସାମ୍ନାରେ ପ୍ରାୟ ୩ ଫୁଟର ଜଳ ରହିଛି। କଲୋନିର କୌଣସି ଘରେ ଆଜି ରୋଷେଇ ମଧ୍ୟ ହୋଇପାରି ନାହିଁ।
/sambad/media/post_attachments/wp-content/uploads/2022/08/df17d159-12b4-4b86-ba62-21ac45a43d1a.jpg)
ହୀରାକୁଦ କଲୋନି ବ୍ୟତୀତ ବିନାଖଣ୍ଡି, ଧୋବିଯୋର, ଚାରଭାଟି, କୁଲିଥକାନି, ଗୋବିନ୍ଦତୋଲା, କମିସନର କଲୋନି, ଦଳେଇପଡ଼ା, ବଡ଼ବଜାର, ଚନ୍ଦନନଗର, ହାଉସିଂ ବୋର୍ଡ କଲୋନି, ଗୋପାଳମାଳ, ଦାନିପାଲି, ଏସ୍ଆରଆଇଟି କଲୋନି, ବାହାଲପଡ଼ା, ଭଦ୍ରା, ଖଣ୍ଡୁଆଳର ବିଭିନ୍ନ ତଳି ଅଞ୍ଚଳରେ ପାଣି ଲହଡ଼ି ଭାଙ୍ଗୁଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ମହାନଦୀ ଶଯ୍ୟା ହୀରାକୁଦ ତଳ ଅଞ୍ଚଳକୁ ସତର୍କ ସୂଚନା ଜାରି ହୋଇଛି। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଜନସାଧାରଣଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ହୀରାକୁଦ ଡ୍ୟାମ୍ର ତଳିଆ ଅଞ୍ଚଳକୁ ଜଳ ପ୍ରବାହ ତୀବ୍ର ରହିଛି। ତେଣୁ ସାଧାରଣ ଜନତା ସତର୍କ ରହନ୍ତୁ ବୋଲି ସେ କହିଛନ୍ତି। ଏଥି ସହିତ ତଳିଆ ଅଞ୍ଚଳରେ ନଦୀକୁ ନଯିବାକୁ ଜିଲ୍ଲାପାଳ ଶ୍ରୀମତୀ ଦାସ ପରାମର୍ଶ ଦେଇଛନ୍ତି। ପ୍ରଶାସନ ତରଫରୁ ୭ଟି ବନ୍ୟା ଆଶ୍ରୟ ସ୍ଥଳୀରେ ପ୍ରାୟ ୧୫୦୦ ଲୋକଙ୍କୁ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ସମ୍ବଲପୁର-1.jpg)