ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ତରଫରୁ ଗୁରୁବାରର ସୂଚନା ମିଳିଛି। ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥିବାରୁ ଓଡ଼ିଶାର ଗୋଟିଏ ବା ୨ଟି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ କାର୍ଯ୍ୟାଳୟର ଅଧିକାରୀ କହିଛନ୍ତି। ଭୁବନେଶ୍ୱରରେ ଆକାଶ ମେଘୁଆ ରହିବ। ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ବାରଣ କରାଯାଇଛି। ସମୁଦ୍ରରେ ୪୫ରୁ ୫୫କିଲୋମିଟର ଘଣ୍ଟା ପ୍ରତି ପବନ ବହିବ। ସେହିଭଳି ଉପକୂଳ ଅଞ୍ଚଳର ଗୋଟିଏ ୨ଟି ସ୍ଥାନରେ ପ୍ରବଳ ବର୍ଷା ହେବ। ସୂଚନାଯୋଗ୍ୟ ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ଜଣାପଡ଼ିଛି।
ଆସନ୍ତା୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା, ମତ୍ସଜୀବୀଙ୍କୁ ସତର୍କ ସୂଚନା
/sambad/media/post_attachments/wp-content/uploads/2017/09/Heavy-to-very-heavy-rainfall.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)