ବଙ୍ଗୋପସାଗରରେ ଲଘୁଚାପ, ୧୨ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ଆଣ୍ଡାମାନ ଉପକୂଳ ଆଡ଼କୁ ଧୀରେ ଧୀରେ ଗତି କରୁଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଘୁଚାପ ଫଳରେ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ। ପାଣିପାଗ କାର୍ଯ୍ୟାଳୟର ଆକଳନ ଅନୁସାରେ ଆଗାମୀ ନଭେମ୍ବର ୧୨ ଓ ୧୩ରେ ଦକ୍ଷିଣ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଠିକ୍‌ ସେହିପରି ୧୫ରୁ ୧୮ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କାର୍ଯ୍ୟାଳୟ ଆକଳନ କରିଛି। ପାଣିପାଗର ସ୍ଥିତି ସମ୍ପର୍କରେ ନଭେମ୍ବର ୧୩ରେ ସ୍ପଷ୍ଟ ହୋଇପାରିବ ବୋଲି କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ନୟାଗଡ଼, ଫୁଲବାଣୀ, ଯାଜପୁର, ଢେଙ୍କାନାଳ, କେନ୍ଦୁଝରରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର