ରାଉରକେଲା: ଝାଡ଼ଖଣ୍ଡରେ ଲଗାଣ ବର୍ଷା ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ବର୍ଷା ଜଳ ନିଷ୍କାସନ ହୋଇ ନ ପାରିବାରୁ ଚକ୍ରଧରପୁର ଡିଭିଜନ୍ର କେତେକ ସ୍ଥାନରେ ରେଳଲାଇନ୍ରେ ପାଣି ଜମି ରହିଛି। ସମ୍ଭାବ୍ୟ ଅଘଟଣକୁ ଦୃଷ୍ଟିରେ ରଖି ଦକ୍ଷିଣପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ପକ୍ଷରୁ ଆଜି ୨୫ଟି ଟ୍ରେନ୍କୁ ବାତିଲ କରାଯାଇଥିବାବେଳେ ୮ଟିର ଦିଗ ପରିବର୍ତ୍ତନ ହୋଇଛି। ବାତିଲ ହୋଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ରହିଛି ଟାଟାନଗର-ଏନ୍ଏସ୍ସିବି ଇତୱାରୀ ଏକ୍ସପ୍ରେସ୍, ଟାଟାନଗର-ଖଡଗପୁର ମେମୁ, ରାଉରକେଲା-ଟାଟାନଗର ମେମୁ, ବଡବିଲ୍-ଟାଟାନଗର ମେମୁ, ଟାଟାନଗର-ବାଦାମପାହାଡ ମେମୁ, ଟାଟାନଗର-ଖଡ଼ଗପୁର-ଟାଟାନଗର ମେମୁ, ଝାରଗ୍ରାମ୍-ଧାନବାଦ୍-ଝାରଗ୍ରାମ ମେମୁ ଓ ଟାଟାନଗର-ରାଉରକେଲା ମେମୁ।
ଏଥିସହ ଟାଟାନଗର-ଚକ୍ରଧରପୁର-ଟାଟାନଗର ମେମୁ, ଟାଟାନଗର-ବଡ଼ବିଲ୍ ମେମୁ, ଟାଟାନଗର-ବିଳାସପୁର ଏକ୍ସପ୍ରେସ୍, ଟାଟାନଗର-ହଟିଆ-ଟାଟାନଗର ଏକ୍ସପ୍ରେସ୍, ଟାଟାନଗର-ଚାଇବାସା ମେମୁ ମଧ୍ୟ ବାତିଲ ହୋଇଛି। ରାଉରକେଲା ଦେଇ ଯାଉଥିବା ସିଏଚ୍ଏମ୍ଟି ମୁମ୍ବାଇ-ହାୱଡା ଏକ୍ସପ୍ରେସ୍ ସିନି-ଚାଣ୍ଡିଲ, ପୁରୁଲିଆ ହୋଇ ହାୱଡ଼ା ଷ୍ଟେସନରେ ପହଞ୍ଚିବ। ଜଗଦଲପୁର-ହାୱଡ଼ା ଏକ୍ସପ୍ରେସ୍ ସିନି, କଣ୍ଡ୍ରା, ପୁରୁଲିଆ ହୋଇ ହାୱଡ଼ାରେ ପହଞ୍ଚିବ। ଆରା-ଦୁର୍ଗ ଏକ୍ସପ୍ରେସ୍ ଚାଣ୍ଡିଲ, ସିନି, ଚକ୍ରଧରପୁର, ରାଉରକେଲା-ଝାରସୁଗୁଡ଼ା ଦେଇ ଯିବ। ଏଲ୍ଟିଟି ମୁମ୍ବାଇ-ସାଲିମାର୍ ଏକ୍ସପ୍ରେସ୍ ସିନି, କଣ୍ଡ୍ରା, ଚାଣ୍ଡିଲ, ପୁରୁଲିଆ, ମେଦିନୀପୁର ଷ୍ଟେସନ୍ ଦେଇ ଯିବ। ସେହିପରି କେତେକ ଟ୍ରେନ୍ର ଗତିପଥ ହ୍ରାସ କରାଯାଇଥିବା ରେଳବାଇ ସୂତ୍ରରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/20/dgaddadg-2025-06-20-01-12-23.jpg)