ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହିତ କୁଆପଥର ମାଡ ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୫୦ରୁ ୬୦କିଲୋମିଟର ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟର କେନ୍ଦୁଝର,ମୟୂରଭଞ୍ଜ,ବାଲେଶ୍ୱର,ଭଦ୍ରକ,ଯାଜପୁର,ମାଲକାନଗିରି,କୋରାପୁଟ,ରାୟଗଡ଼ା,ଗଜପତି,କନ୍ଧମାଳ ଓ ଗଞ୍ଜାମ ଆଦି ଅଞ୍ଚଳରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବର୍ଷା ସହିତ କୁଆପଥର ମାଡ ମଧ୍ୟ ହୋଇପାରେ। ଏହି ସମୟରେ ଘରୁ ବାହାରିବା ବିପଦପୂର୍ଣ୍ଣ ରହିଛି ବୋଲି ଆଞ୍ଚଳିକ ପାଣିପାଗକେନ୍ଦ୍ର ସତର୍କ ସୂଚନା ଜାରି କରିଛି।
/sambad/media/post_attachments/wp-content/uploads/2018/05/Odisha-Rainfall-Reu-1-300x200.jpg)
ତିନଚାରି ଦିନ ହେବ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ହେଉଥିଲା। ତେବେ ଦୁଇଦିନ ହେବ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହେବା ହେତୁ ତାହାର ପ୍ରଭାବରେ ପାଗ ଥଣ୍ଡା ରହିଛି। ଗତକାଲି ସୋନପୁରରେ ସର୍ବାଧିକ ତାପମାତ୍ର ୪୨.୨ଡିଗ୍ରୀ ଥିବା ବେଳେ ହୀରାକୁଦରେ ସର୍ବନିମ୍ନ ତାପମାତ୍ର ୧୭.୬ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/images-1-20.jpg)