ଏହି ସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ଦକ୍ଷିଣ ବାଂଲାଦେଶର ଉପକୂଳରେ ସୃଷ୍ଟିି ହୋଇଥିବା ଘୁର୍ଣ୍ଣିବଳୟ ଅଧିକ ଘନିଭୂତ ଲଘୁଚାପର ରୂପ ନେଇଛି। ଫଳରେ ଏହା ଉତ୍ତର ଆନ୍ଧ୍ରପଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହେବ। ଏହାର ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଙ୍ଗଳବାର ପୂର୍ବାନୁମାନ କରିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରି ଦିଆଯାଇଛି।

ତେବେ ଏହି ଜିଲ୍ଲାମାନଙ୍କ ମଧ୍ୟରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଦେଓଗଡ଼, କେନ୍ଦୁଝର, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଗତକାଲି ସୁନ୍ଦରଗଡ଼ରେ ସର୍ବାଧିକ ତାପମାତ୍ରା ୩୫.୦ଡିଗ୍ରୀ ଥିବା ବେଳେ ହୀରାକୁଦ ଓ ଫୁଲବାଣୀରେ ୨୦.୦ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଥିଲା। ସେହିପରି ପୁରୀ, ବରଗଡ଼, କନ୍ଧମାଳ, ଅନୁଗୁଳ, ଖୋର୍ଦ୍ଧା, ବଲାଙ୍ଗୀର, ଗଞ୍ଜାମ, ସମ୍ବଲପୁର ଆଦି ଜିଲ୍ଲାରେ ବର୍ଷା ହୋଇଥିଲା।

ସମ୍ବନ୍ଧିତ ଖବର