ମୌସୁମୀ ଆଚ୍ଛାଦନ କଲା ପୂରା ରାଜ୍ୟକୁ; ୧୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା 

ଆସନ୍ତାକାଲି ପର୍ଯ୍ୟନ୍ତ ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ଦକ୍ଷିଣ- ପଶ୍ଚିମ ମୌସୁମୀ ଆଜି (୧୩, ଜୁନ୍‌ ୨୦୨୦) ମଧ୍ୟାହ୍ନ ସୁଦ୍ଧା ସମଗ୍ର ରାଜ୍ୟରେ ଅଧିକ ସକ୍ରିୟ ହେବା ସହ ପୂରା ରାଜ୍ୟକୁ ଆଚ୍ଛାଦନ କରିଛି। ସଂପ୍ରତି ମୌସୁମୀ ପାଇଁ ରାଜ୍ୟରେ ସଂପୂର୍ଣ୍ଣ ଅନୁକୂଳ ବାତାବରଣ ରହିଛି। ଫଳରେ ସମଗ୍ର ରାଜ୍ୟରେ ଦକ୍ଷିଣ- ପଶ୍ଚିମ ମୌସୁମୀ ଆହୁରି ଅଧିକରୁ ଅଧିକ ସକ୍ରିୟ ହେବା ସହ ଆସନ୍ତା  ଜୁନ୍‌ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା କରାଇବାର ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ରବିବାର ମଧ୍ୟାହ୍ଣ ମଧ୍ୟରେ ଦକ୍ଷିଣ- ପଶ୍ଚିମ ମୌସୁମୀ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲା ସମେତ ରାଜ୍ୟର ଅନ୍ୟ ବହୁ ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି।

MetWeather

ତେବେ, ଏହି ସମୟ ମଧ୍ୟରେ ରାଜ୍ୟର ବାଲାଙ୍ଗୀର, କାଳାହାଣ୍ଡି, ସୋନପୁର, ବରଗଡ଼, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହଥିବା ଦୃଷ୍ଟିରୁ ଏହି ୮ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାର କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ସମ୍ବନ୍ଧିତ ଖବର