ଭଞ୍ଜନଗର : ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଡ଼ନଦୀ, ବୋଡ଼ାନଦୀ ଓ ଲୋହରାଖଣ୍ଡି ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।
Advertisment
ମଙ୍ଗଳବାର ଭୋର୍‌ରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଓ ଉପକଣ୍ଠ ଇଲାକାରେ ପ୍ରବଳ ବର୍ଷା  ଲାଗିରହିଥିଲା। ଫଳରେ, ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଥିଯୋଗୁ  ନଦୀ ଓ ଜଳଭଣ୍ଡାର ଗୁଡ଼ିକରେ ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି।

ହସ୍ତଗତ ସୂଚନା ଅନୁସାରେ, ଭଞ୍ଜନଗର ଜଳସେଚନ ଡିଭିଜନ୍ ଅଧୀନ ଡହ ଜଳଭଣ୍ଡାରରେ ବର୍ତ୍ତମାନ ପାଣି ଭର୍ତ୍ତି ହେବାରେ ଲାଗିଛି। ଏଠାରେ ୯୨.୨୬ ପ୍ରତିଶତ ପାଣି ରହିଛି। ଫଳରେ ପାଣି ଛଡ଼ାଯିବା ନେଇ ସତର୍କ ସୂଚନା ଜାରି ରହି ଗୋଟିଏ ଗେଟ୍ ଦ୍ବାରା ବର୍ଷାଜଳ ନିଷ୍କାସନ ଆରମ୍ଭ ହୋଇଛି। ଏହି ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୨୧୯୫ ହେକ୍ ଟୋମିଟର ରହିଥିବା ବେଳେ ବର୍ତ୍ତମାନ ୨୦୨୫ ହେକ୍ ଟୋମିଟର ପାଣି ରହିଛି। ଅନ୍ୟପକ୍ଷରେ ଭଞ୍ଜନଗର ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୫୭୬୬ ହେକ୍ ଟୋମିଟର ରହିଥିବା ବେଳେ ଏବେ ୪୧୪୨.୨୦ ହେକ୍ ଟୋମିଟର ଜଳ ରହିଥିବା ରେକର୍ଡ଼ କରାଯାଇଛି। ସୋରଡ଼ା ଜଳଭଣ୍ଡାରର ଜଳଧାରଣ କ୍ଷମତା ୪୯୭୫ ହେକ୍ ଟୋମିଟର ରହିଥିବା ଏହି ଜଳଭଣ୍ଡାରରେ ୩୧୭୯.୨୮ ହେକ୍ଟୋମିଟର, ବାଘୁଆ ଜଳଭଣ୍ଡାର କ୍ଷମତା ୩୧୦୦ ହେକ୍ଟୋମିଟର୍ ହୋଇଥିବା ବେଳେ ବର୍ତ୍ତମାନ ୯୪୯.୭୨ ହେକ୍ ଟୋମିଟର୍ ପାଣି

publive-image

ଗଜପତିରେ ପୁଣି ଭୂସ୍ଖଳନ, ପାହାଡ଼ ଧସି ୬ ପଞ୍ଚାୟତ ବିଚ୍ଛିନ୍ନ

ରା.ଉଦୟଗିରି/ନୂଆଗଡ଼ : ଗଜପତି ଜିଲ୍ଲାରେ ପୁଣି ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ନୂଆଗଡ଼ ବ୍ଲକ୍‌ ପରିମଳ ପଞ୍ଚାୟତ ନୂଆପଲ୍ଲୀରେ ଭୂସ୍ଖଳନ ଯୋଗୁଁ ପାହାଡ଼ ଧସି ମାଟି, ପଥର ଓ ଗଛଗଣ୍ଡି ସହ ଲୋକଙ୍କ ଘର ମଧ୍ୟକୁ ପଶିଯାଇଛି।

ମଙ୍ଗଳବାର ସକାଳ ୬ଟା ବେଳେ ଏହି ଭୂସ୍ଖଳନ ହୋଇଥିବାବେଳେ ରାସ୍ତା ଉପରେ ୨/୩ଫୁଟ ଉଚ୍ଚର ମାଟି ଅତଡ଼ା ଖସି ଜମି ରହିଛି। ଫଳରେ ବ୍ଲକ୍‌ର ଦୁର୍ଗମ ପରିମଳ, ଉଦୟପୁର, ସମ୍ବଲପୁର, କିରାମା, ଅନୁଗୁରୁ ଓ ସୁନ୍ଦରଡାଙ୍ଗ ସମେତ ୬ଟି ପଞ୍ଚାୟତକୁ ଯୋଗାଯୋଗ ବ୍ୟାହତ ହୋଇଛି।

publive-image

ଆନ୍ଧ୍ର ସହ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି/କାଲିମେଳା/ପଡିଆ : ଦୁଇଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ନଦୀ, ଶାଖା ନଦୀ ତଥା ନାଳରେ ବନ୍ୟାଜଳ ପ୍ରବେଶ କରି ଅହେତୁକ ଭାବେ ଫୁଲିବାରେ ଲାଗିଛି। ରାସ୍ତାଘାଟ ସହ ପୋଲ ଗୁଡ଼ିକରେ ବନ୍ୟାଜଳ ପ୍ରବାହିତ ହେବାରୁ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏଥିସହିତ, ଆନ୍ଧ୍ର ସହ ବି ‌େଯାଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ସୂଚନା ଅନୁସାରେ, ମୋଟୁ ନିକଟସ୍ଥ ସିଲେରୁ ଏବଂ ସାବେରୀ ନଦୀରେ ବନ୍ୟାଜଳ ପଶି ମୋଟୁ-ଚିନ୍ତୁର ରାସ୍ତା‌ରେ ୬ଫୁଟ ଉଚ୍ଚରେ ପାଣି ଚାଲିଛି। ଯାହାଫଳରେ କୁଲଗୁର ପୋଲରେ ଯାତାୟାତ ଠପ୍‌ ହୋଇଯାଇ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ନଦୀର ଦୁଇ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଛି। ପ୍ରଶାସନିକ ଟିମ୍‌ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିବା ସହ ତଳିଆ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରୁଛି। ଅସ୍ଥାୟୀ ଗୃହରେ ବନ୍ୟା ପ୍ରଭାବିତଙ୍କୁ ରଖିବା ବ୍ୟବସ୍ଥା କରିଛି। ସେହିପରି, ଗୋଦାବରୀ ନଦୀ ଫୁଲି ଜଳ ନିଷ୍କାସନ ଠିକ୍‌ ରୂପେ ନ ହୋଇ ପଛୁଆ ପାଣି ମୋଟୁ ଅଞ୍ଚଳକୁ ବୁଡ଼ାଇଥିବା ଦେଖିବାକୁ ମିଳିଛି। ଗୋଦାବରୀ ନଦୀର ଜଳସ୍ତର ଦ୍ବିତୀୟ ବିପଦ ସଂକେତ ପାର କରିଛି। ଆଜି ଅପରାହ୍ନ ସୁଦ୍ଧା ଗୋଦାବରୀ ଜଳସ୍ତର ବୃଦ୍ଧି ପାଇ ୫୮.୦୮ ଫୁଟ ଉଚ୍ଚରେ ରହିଛି। ଏଭଳି ସ୍ଥିତିରେ ଆନ୍ଧ୍ରପ୍ରଦେଶ ସରକାର ବାଧ୍ୟ ହୋଇ ପୋଲାଭୋରମ ଜଳଭଣ୍ଡାର ଗେଟ୍ ଖୋଲି ଦେଇଛନ୍ତି। ତେଣୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୋଦାବରୀ ନଦୀରେ ମିଶିଥିବା ଚିନାଗୋଦାବରୀ ନଦୀ ଜଳସ୍ତର ଭୟଙ୍କର ରୂପ ନେଇଥିବାରୁ ମାଲକାନଗିରି ଜିଲ୍ଲାର ସୀମାନ୍ତ ମୋଟୁ ଅଞ୍ଚଳ ପାଇଁ ବିପଦ ବଢ଼ିଥିବା କୁହାଯାଉଛି। ତେବେ ଏଭଳି ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରଶାସନ ପ୍ରସ୍ତୁତ ରହିଥିବା ସୂଚନା ମିଳିଛି।