ଭୁବନେଶ୍ବର: ରାଜଧାନୀରେ ହଠାତ୍ ବଦଳିଗଲା ପାଗ । ମାଡି ଆସିଲା ଘନ ଅନ୍ଧାର । ପ୍ରଚଣ୍ଡ ଶବ୍ଦରେ ଘଡ଼ଘଡ଼ିକୁ ତୁହାକୁ ତୁହା ବିଜୁଳି । ଏପଟେ କଳା ଅନ୍ଧାରକୁ ସେପଟେ ଢ଼ୋ ଢ଼ୋ ବର୍ଷା । ହଠାତ୍ ପାଗର ମିଜାଜ ବଦଳିଯିବା ପରେ ବେହାଲ ହୋଇଗଲା ଭୁବନେଶ୍ବର । ଘଣ୍ଟାଏରୁ ଅଧିକ ସମୟ ଧରି ଭୁବନେଶ୍ବରରେ ବର୍ଷା ଛେଚିଲା ଯେ ଛେଚିଲା । ନା କମିବାର ନା ଧରୁଥିଲା ନା ପୂରା ଛାଡୁଥିଲା । ପ୍ରବଳ ବର୍ଷା ପରେ ରାଜଧାନୀ ଉବୁଟୁବୁ ହୋଇଗଲା । ରାସ୍ତା ସବୁ ନଈର ଭ୍ରମ ସୃଷ୍ଟି କଲା ।

Advertisment

ରାସ୍ତାରେ ପାଣି ତ ଗଳି କନ୍ଦିରେ ପାଣି । ଏନଏଚ ଉପରେ ପାଣି ତ ଏନଏଚ ତଳେ ପାଣି । ଏବେ ପାଣି ଜମି ରହିଥିଲା ଯେ ଗାଡି ବୁଡିଯାଉଥିଲା, କେଉଣଠି ବୁଲେଟ୍ ଭାସିଗଲା । କେଉଁଠି ଆଣ୍ଠୁଏ ଆଣ୍ଠୁଏ ତ କେଉଁଠି ପୁଣି ଅଣ୍ଟାଏ ପାଣି । ଚାରିଆଡେ ଜଳବନ୍ଦୀ ସ୍ଥିତରେ ଫସି ରହିଲା ରାଜଧାନୀ । 

vlcsnap-2025-10-08-18h08m12s253

vlcsnap-2025-10-08-18h08m54s080

ସେପଟେ କିଛି ସ୍ଥାନରେ  ପ୍ରବଳ ବର୍ଷା ଯୋଗୁ ରାସ୍ତା ବୁଡିବା ସହ ଗାଡି ମଟର ଭାସିବା ଦେଖିବାକୁ ମିଳିଛି । ଦେଢ଼ଘଣ୍ଟା ଧରି ପୁରା ଭୁବନେଶ୍ୱର ବର୍ଷାରେ ଭିଜିବା ସହ ଟ୍ରାଫିକ ଜାମ ହୋଇଥିଲା । ରାସ୍ତାରେ ଗାଡି ଭିଡ଼ରେ ଫସି ରହିଥିଲା । ଘଣ୍ଟାଏ ବର୍ଷାରେ ଭୁବନେଶ୍ବର ପାଣି ପାଣି ହେବା ପରେ ରାଜଧାନୀର ମୁଖ୍ୟ ମୁଖ୍ୟ ସ୍ଥାନ ଜଳବନ୍ଦୀ ପାଲଟିଗଲା। ରାସ୍ତାରୁ ଇଞ୍ଚେ ଆଗକୁ ବଢ଼ିପାରିଲାନି ଗାଡ଼ି । ଘଣ୍ଟାଏ ଧରି ଘଡ଼ଘଡ଼ି ବର୍ଷାରେ ହନ୍ତସନ୍ତ ହେଲେ ରାଜଧାନୀବାସୀ । ସବୁ ତଳିଆ ଅଞ୍ଚଳରେ ବର୍ଷା ପରେ ଜଳ ତାଣ୍ଡବ ଦେଖିବାକୁ ମିଳିଥିବା ବେଳେ ଘରେ ବି ପାଣି ପଶିଛି ।

vlcsnap-2025-10-08-18h08m19s464