ଘୂର୍ଣ୍ଣିବଳୟ ନେଲା ଲଘୁଚାପର ରୂପ, ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ରୂପ ନେଇଛି। ଏହା ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିବା ସହିତ ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୫ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ ଓ ଯାଜପୁର ଆଦି ଜିଲ୍ଲାର ଆସନ୍ତା ୨୪ଘଣ୍ଟା ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଶଙ୍କା ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡିରେ ୨୧ ମିମି ବର୍ଷା ହୋଇଥିବା ବେଳେ ବରଗଡ଼ରେ ୧୯, ନୂଆପଡ଼ାରେ ୧୫, ବଲାଙ୍ଗୀରରେ ୧୩, ରାୟଗଡ଼ାରେ ୧୨, ଭଦ୍ରକରେ ୧୦, ସମ୍ବଲପୁରରେ ୮,ଅନୁଗୁଳରେ ୭, ସୋନପୁରରେ ୭, ବାଲେଶ୍ୱରରେ ୭, ପୁରୀରେ ୫ ଓ ଗଜପତିରେ ୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଗତ କାଲି ବାଲେଶ୍ୱର ଓ ବାରିପଦାରେ ସର୍ବାଧିକ ତାପମାତ୍ର ୩୨.୬ଡିଗ୍ରି ସେଲସିୟସ୍‌ ଥିବା ବେଳେ ଟିଟଲାଗଡ଼ରେ ସର୍ବନିମ୍ନ ତାପମାତ୍ର ୨୦.୦ଡିଗ୍ରି ସେଲସିୟସ୍‌ ରହିଛି।

ସମ୍ବନ୍ଧିତ ଖବର