ପୁରୀ: ଉତ୍ତରପଶ୍ଚିମ ବଙ୍ଗୋପସାଗର ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଘନୀଭୂତ ହେବ। ଏହାର ପ୍ରଭାବରେ ଆସନ୍ତା ୭୨ ଘଣ୍ଟା ଯାଏଁ ସାରା ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି ବୋଲି ଶନିବାର ଆଞ୍ଚଳିକ ପାଣିପାଗକେନ୍ଦ୍ର ପୂର୍ବାନୁମାନ କରିଛି। ଏ ନେଇ ରାଜ୍ୟ ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ଆଗାମୀ ୨୪ଘଣ୍ଟା ମଧ୍ୟରେ ଢ଼େଙ୍କାନାଳ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ଅନୁଗୁଳ, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳରେ ବର୍ଷା ହୋଇଯାଇପାରେ। ଏହି ସମୟରେ ସମୁଦ୍ରକୁ ଯିବା ପାଇଁ ମତ୍ସଜୀବୀମାନଙ୍କୁ ପାଣିପାଗ କେନ୍ଦ୍ର ପକ୍ଷରୁ ବାରଣ କରାଯାଇଛି।
ଗତକାଲି ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୩୪.୨ଡିଗ୍ରୀ ଥିବା ବେଳେ ସୁନ୍ଦରଗଡ଼ରେ ୧୮.୦ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଥିଲା। ସେହିପରି ଢ଼େଙ୍କାନାଳ, ଯାଜପୁର, ଅନୁଗୁଳ, ଜଗତସିଂହପୁର, ନୟାଗଡ଼ା, ଦେଓଗଡ଼, ଗଞ୍ଜାମ, କୋରାପୁଟ, କେନ୍ଦୁଝର, ଜଗତସିଂହପୁର, ବାଲେଶ୍ୱର, ସମ୍ବଲପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଖୋର୍ଦ୍ଧା, ମୟୂରଭଞ୍ଜ ଆଦି ସ୍ଥାନରେ ବର୍ଷା ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/download-1-26.jpg)
