ଭାରୀଯାନ ଚଳାଚଳ ବନ୍ଦ ଦାବିରେ ବନ୍ଧମୁଣ୍ଡା-ଝାରଖଣ୍ଡ ମୁଖ୍ୟ ରାସ୍ତା ଅବରୋଧ

ରାଉରକେଲା : ଭାରୀ ଯାନ ଚଳାଚଳ ବନ୍ଦ ଦାବିରେ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଧମୁଣ୍ଡା – ଝାରଖଣ୍ଡ ମୁଖ୍ୟ ରାସ୍ତା ଅବରୋଧ କରାଯାଇଛିl ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ତିର୍କୀଙ୍କ ନେତୃତ୍ୱରେ ଶତାଧିକ ନେତା, କର୍ମୀମାନେ ବନ୍ଧମୁଣ୍ଡା କୁକୁଡ଼ା ଗେଟ ନିକଟରେ ରାସ୍ତା ଅବରୋଧ ସହ ପ୍ରଶାସନ ବିରୋଧୀ ନାରା ଦେଉଛନ୍ତି l ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଟ୍ରକ, ବସ୍‌ ଅଟକି ରହିଛି l ସକାଳ ୭ଟାରୁ ଏହି ରାସ୍ତା ଅବରୋଧ କରାଯାଇଥିବା ସୂଚନା ରହିଛି l

ଗତ ୪ ଦିନ ପୂର୍ବରୁ କଂଗ୍ରେସର ଏକ ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ସାକ୍ଷାତ କରି ଏ ସଂକ୍ରାନ୍ତରେ କହିଥିଲେ ଓ ତିନି ଦିନ ସମୟ ଦେଇଥିଲେl ମାତ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା l ସେପଟେ ରାସ୍ତା ଜାମ୍ ଥିବାରୁ ଲୋକମାନେ ଯାତାୟାତରେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି l ଅଦ୍ୟାବଧି ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି l

ସମ୍ବନ୍ଧିତ ଖବର