ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦର ବିଭିନ୍ନ ୱାର୍ଡରେ ରାସ୍ତାର ଉନ୍ନତୀକରଣ ନିମନ୍ତେ ପେଭର୍ ବିଛା ଯାଇଛି ତ ଆଉ କିଛି ସ୍ଥାନରେ ବର୍ତମାନ ମଧ୍ୟ ବିଛା ଯାଉଛି। ପୌରପରିଷଦର ୬ ନଂ ୱାର୍ଡର ରାଉତଖମାରଠାରେ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ଉକ୍ତ ରାସ୍ତାରେ ଓ ମିନି ପାର୍କ ପାର୍ଶ୍ବରେ ପେଭର୍ ବ୍ଲକ୍ ବିଛାଯାଇଥିଲା। ମିନିପାର୍କର କାନ୍ଥରେ ବଡ଼ବଡ଼ ଅକ୍ଷରରେ ଭାରିଯାନ ପାର୍କିଂ ନିଷେଧ ବୋଲି ଲେଖାଯାଇଛି। କିନ୍ତୁ ଉକ୍ତ ସ୍ଥାନରେ ପ୍ରତ୍ୟେକ ଦିନ ଶହଶହ ଟ୍ରକ୍ ସମେତ ଅନ୍ୟ ଭାରିଯାନ ଗୁଡ଼ିକ ଯିବା ଆସିବା କରିବା ସହିତ ରାସ୍ତା ଓ ମିନି ପାର୍କ ପାର୍ଶ୍ବରେ ପାର୍କିଂ କରାଯାଉଥିବାରୁ ସେଠାରେ ବିଛା ଯାଇଥିବା ପେଭର୍ ଗୁଡ଼ିକ ଦବି ଯାଇ ରାସ୍ତା ଭାଙ୍ଗି ଗଲାଣି।

Advertisment

ଏନେଇ ବାରମ୍ବାର ପୌରପରିଷଦର ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ୱାର୍ଡ ବାସିନ୍ଦା ଟ୍ରକ୍ ଡ୍ରାଇଭରମାନଙ୍କୁ ସେଠାରେ ପାର୍କିଂ ପାଇଁ ମନାକଲେ ଡ୍ରାଇଭରମାନେ କହୁଛନ୍ତି ଯେ ତାଙ୍କ ମାଲିକ ମାନେ ପୌରପରିଷଦର କର୍ମଚାରୀଙ୍କୁ ସେଠାରେ ପାର୍କିଂ ପାଇଁ ଟଙ୍କା ଦେଉଛନ୍ତି। ଏଣୁ ସେମାନେ ସେଠାରେ ପାର୍କିଂ କରୁଛନ୍ତି। ଯେତେ ଅଭିଯୋଗ କଲେ ମଧ୍ୟ କେହି ତାଙ୍କର କିଛି କରିପାରିବେନି। ଏନେଇ ପୌରପରିଷଦର ପୌର ନିର୍ବାହୀ ଅଧିକାରୀ ରମେଶ ନାଏକଙ୍କ ସହିତ ଯୋଗାଯୋଗ କରିଥିଲେ ହେଁ ସମ୍ଭବ ହୋଇନଥିଲା।

ତେବେ ଯଥାଶିଘ୍ର ଉକ୍ତ ରାସ୍ତା ଓ ପାର୍କ ପାର୍ଶ୍ବରେ ପାର୍କିଂ କରୁଥିବା ଟ୍ରକ୍ ଗୁଡିକ ଟ୍ରକ୍ ଗୁଡିକ ହଟାଯାଉ ବୋଲି ଦାବି ହେଉଛି। ଏନେଇ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପିତାମ୍ବର ନାଏକଙ୍କ ସହିତ ଯୋଗାଯୋଗ କରିବାରୁ ମୁଁ ଅଳ୍ପ କିଛିମାସ ପୂର୍ପରୁ ରାଇରଙ୍ଗପୁର ପୋରପରିଷଦରେ ନିଯୁକ୍ତି ହୋଇଛି । ଘଟଣାସ୍ଥଳକୁ ଯାଇ ତଦନ୍ତ କରିବି ଏବଂ ପୋରପରିଷଦର ସମସ୍ତ ସମସ୍ୟା ଦୂର କରିବାକୁ ଚେଷ୍ଟା କରିବି ବୋଲି ମତ ରକିଛନ୍ତି।