ଧର୍ମଶାଳା: ଧର୍ମଶାଳା ବ୍ଲକ ଜାରକା ବଜାର ଜନଗହଳି ରାସ୍ତାରେ ଭାରୀଯାନ ଚଳାଚଳ କରୁଛି। ଏଥିପାଇଁ ଦୀର୍ଘ ସମୟ ରାସ୍ତା ଜାମ୍ ହେଉଛି। ଭାରୀଯାନ ଚଳାଚଳ ନିମନ୍ତେ ପଣ୍ତୁଆ ଶିଳ୍ପାଞ୍ଚଳଠାରୁ ଜାରକା ଷ୍ଟାଡିୟମ୍ ଦେଇ ଦେଉଳି ଛକ ପର୍ଯ୍ୟନ୍ତ ପିଚୁରାସ୍ତା ହୋଇଛି। ଏହି ରାସ୍ତା ଦେଉଳି ନିକଟରେ ୧୬ନମ୍ବର ଜାତୀୟ ରାଜପଥରେ ସଂଯୋଗ ହୋଇଛି। କେତେକ ଗାଡ଼ିଚାଳକ ଏହି ରାସ୍ତାରେ ନଯାଇ ଜାରକା ବଡ଼ବଜାର ପୁରୁଣା ସମବାୟ ବ୍ୟାଙ୍କ୍ ରାସ୍ତାରେ ଯାଇ ଜାରକା ଟେଲିଫୋନ୍ ଏକ୍ସଚେଞ୍ଜ ନିକଟରେ ଜାତୀୟ ରାଜପଥରେ ପହଞ୍ଚୁଛନ୍ତି।
ଏହି ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଦୋକାନ, ୨ଟି କଲେଜ୍, ୩ଟି ସ୍କୁଲ୍, ୨ଟି ମନ୍ଦିର, ପରିବା ବଜାର ରହିଛି। ଏଣେ ଶତାଧିକ ଭାରୀଯାନ ଚଳାଚଳ ହେଉଛି। ସକାଳ ଓ ସନ୍ଧ୍ୟାରେ ରାସ୍ତାରେ ପ୍ରବଳ ଭିଡ଼ ହେଉଛି। ଦୀର୍ଘ ସମୟ ଟ୍ରାଫିକ୍ ଜାମ୍ ପାଇଁ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ଆଉ କେତେକ ଗାଡ଼ି ଶିଶୁ ଉଦ୍ୟାନ ଦେଇ ବାଇପାସ୍ ରାସ୍ତାରେ ଯାତାୟାତ କରୁଛନ୍ତି। ଏହି ରାସ୍ତା ଦେଇ ଲୋକମାନେ ଷ୍ଟାଡିୟମ୍, ଶିଶୁ ଉଦ୍ୟାନ, ସ୍କୁଲ, କଲେଜ୍ ଆଦି ବିଭିନ୍ନ ସ୍ଥାନକୁ ଚଳାଚଳ କରିଥାନ୍ତି। ସ୍ଥାନୀୟ ପୁଲିସ୍ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/10-13.jpg)