ନୋ-ଏଣ୍ଟ୍ରି ସତ୍ତ୍ବେ କାମାକ୍ଷାନଗର ସହର ମଧ୍ୟରେ ଚାଲୁଛି ଭାରୀଯାନ

ଉପୁଜୁଛି ଟ୍ରାଫିକ୍‌ ସମସ୍ୟା, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ

କାମାକ୍ଷାନଗର : ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ମଧ୍ୟରେ ନୋ -ଏଣ୍ଟ୍ରି ସତ୍ତ୍ୱେ ଅବାଧରେ ଭାରୀଯାନ ଚଳାଚଳ କରୁଛି। ପୁଲିସ୍‌ ଏହା ଜାଣି ମଧ୍ୟ ଚୁପ୍ ହୋଇ ରହିଛି। ଜଗନ୍ନାଥ ବଜାର, ତରୁଣ ବଜାର, କଲେଜ୍‌ରୋଡ୍‌ରେ ଅନେକ ସ୍କୁଲ,  ମହିଳା କଲେଜ୍ , ବ୍ଲକ୍ ଅଫିସ୍, ତହସିଲ ଅଫିସ୍, ବ୍ୟାଙ୍କ ଆଦି ରହିଛି। ପ୍ରାୟ ସବୁଦିନ ଅନେକ ସ୍କୁଲ୍ , କଲେଜ ଛାତ୍ରଛାତ୍ରୀଙ୍କ ବ୍ୟତୀତ ବିଭିନ୍ନ କାର୍ଯ୍ୟାଳୟ କର୍ମଚାରୀ ଏବଂ ବୟସ୍କ ବ୍ୟକ୍ତିମାନେ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ନୋ- ଏଣ୍ଟ୍ରି ଥିବା ସତ୍ତ୍ବେ ଏହି ରାସ୍ତାରେ ଭାରୀଯାନ ଚଳାଚଳ କରୁଛି। ଏହା ଯୋଗୁଁ ଅନେକ ଟ୍ରାଫିକ୍‌ ସମସ୍ୟା ଦେଖାଯାଉଛି। ଏଥିସହ ସ୍କୁଲ୍ ଛାତ୍ରଛାତ୍ରୀ , କାର୍ଯ୍ୟାଳୟ କର୍ମଚାରୀ ଓ ଜନସାଧାରଣ  ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏ ସଂପର୍କ‌ରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ସହରର ବୁଦ୍ଧିଜିବୀମାନେ ଏହାର ନିନ୍ଦା କରିଛନ୍ତି। ପୁଲିସ୍‌ ପ୍ରଶାସନ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର