କୋହଲା ପାଗ ଥରାଇଦେଲା, ଝରିଗାଁରେ ବୃଦ୍ଧାଙ୍କର ମୃତ୍ୟୁ

ବହୁ ପଶୁ ମଧ୍ୟ ପ୍ରାଣ ହରାଇଲେ, ଆଜିଠାରୁ ବଦଳିବ ପାଗ, ଶୀତ ବଢିବ

ଭୁବନେଶ୍ବର: ରାଜ୍ୟର କୌଣସି େଗାଟିଏ ବି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ନାହିଁ। କିନ୍ତୁ ଥରୁଛି ସାରା ରାଜ୍ୟ। ଦକ୍ଷିଣରୁ ପଶ୍ଚିମ, ଉପକୂଳ, ଉତ୍ତର ଓଡ଼ିଶାକୁ ଦୁଇ ଦିନ ହେଲା ଏମିତି ଅସ୍ତବ୍ୟସ୍ତ କଲାଣି େକାହଲା ପାଗ। ଭୀଷଣ ଜାଡ଼ ମାଡ଼ି ଆସିବା ଭଳି ସଙ୍କେତ େଦଉଛି। ମନାଲି, ସିମଲା, ଚଣ୍ଡୀଗଡ଼ର ଭ୍ରମ ସୃଷ୍ଟି କରୁଛି। ତା ସାଙ୍ଗକୁ େକଉଁଠି ଝିପି ଝିପି, ଆଉ କେଉଁଠି ମଧ୍ୟମ ଧରଣର ବର୍ଷା ପରିସ୍ଥିତିକୁ ଅଧିକ ସଙ୍ଗିନ କରିଦେଲାଣି। ବାତ୍ୟା ‘ପେଥାଇ’ର ପ୍ରଭାବ ଓଡ଼ିଶାରେ ଏଭଳି ଅନୁଭୂତ େହାଇଛି। ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି, ଆସନ୍ତାକାଲି ଠାରୁ ବାତ୍ୟାର ପ୍ରଭାବ ଆଦୌ ରହିବ ନାହିଁ। କିନ୍ତୁ ରାତିର ତାପମାତ୍ରା କମିବା ଆରମ୍ଭ କରିବ। ୨୨ ତାରିଖ େବଳକୁ ପ୍ରବଳ ଶୀତରେ ଥରିବେ ରାଜ୍ୟବାସୀ।
ଅନ୍ୟପକ୍ଷରେ େକାହଲା ପାଗର ପ୍ରକୋପ ଏବେ ରାସ୍ତାକଡରେ ବାସ କରୁଥିବା ଏବଂ ପାହାଡିଆ ଅଞ୍ଚଳରେ ରହୁଥିବା େଲାକଙ୍କ ଜୀବନକୁ ଦୁର୍ବିସହ କରିପକାଇଲାଣି। ଆମ ଝରିଗାଁ ପ୍ରତିନିଧିଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ବାଣୁଆଗୁଡା ଗ୍ରାମର ଯମୁନା ହରିଜନ(୬୦) ଶୀତ ସମ୍ଭାଳି ନ ପାରି ପ୍ରାଣ ହରାଇଛନ୍ତି। େସ ମାନସିକ ବିକୃତ ଥିବା ସୂଚନା ମିଳିଛି। ରାସ୍ତା କଡରେ ଜୀବନ ବିତାଉଥିଲେ। କେବଳ ସେତିକି ନୁହେଁ, େକାରାପୁଟ ଓ ରାୟଗଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅନେକ ପଶୁଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି। ଶୀତର ପ୍ରଭାବରେ ଏହା ରାଜ୍ୟର ପ୍ରଥମ ମୃତ୍ୟୁ ଘଟଣା େବାଲି କୁହାଯାଉଛି। ପାଣିପାଗ ବିଜ୍ଞାନୀଙ୍କର କହିବା କଥା େହଉଛି, ଦିନର ତାପମାତ୍ରା ୮ରୁ ୧୦ ଡିଗ୍ରି ପର୍ଯ୍ୟନ୍ତ କମିଥିବାରୁ ଲୋକେ ଜାଡ଼ରେ ଥରୁଛନ୍ତି। ଦିନରେ ଭୁବନେଶ୍ବର, କଟକ, ଗୋପାଳପୁର, ପୁରୀ ଆଦି ସହରର ଲୋକେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସିଥିବା ଦେଖିବାକୁ ମିଳୁଛି। ପାଣିପାଗ ବି‌ଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା କଥା ହେଲା ବୁଧବାରଠାରୁ ଆଉ ବର୍ଷା ହେବାର ସମ୍ଭାବନା ନାହିଁ। ବାତ୍ୟା ପ୍ରଭାବରେ ବର୍ଷା ଓ ଥଣ୍ଡା ଅନୁଭୂତ ହେଉଥିଲା। ଦିନରେ ସୂର୍ଯ୍ୟଙ୍କ କିରଣ ଆଦୌ ପଡ଼ୁ ନଥିବାରୁ କୋହଲା ପାଗ ଲାଗି ରହିଥିଲା। ଦିନର ତାପମାତ୍ରା କମୁଥିଲା। ଥଣ୍ଡା ଅନୁଭୂତ ହେଉଥିଲା। ବୁଧବାରଠାରୁ ସାରା ରାଜ୍ୟରେ ଦିନର ତାପମାତ୍ରା ପ୍ରାୟ ୮ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ପଶ୍ଚିମ ଓଡ଼ିଶାରେ ଟିକିଏ କମ୍‌ ବଢ଼ିବ। ଆଉ କୋହଲା ପାଗ ରହିବ ନାହିଁ। କିନ୍ତୁ ସମାନ୍ତରାଳ ଭାବରେ ବୁଧବାରଠାରୁ ସାରା ଓଡ଼ିଶାକୁ ଉତ୍ତରା ଥଣ୍ଡା ପବନ ବହିବା ଆରମ୍ଭ କରିବ। ସର୍ବନିମ୍ନ ତାପମାତ୍ରା ଭୁବନେଶ୍ବର ସମେତ ଉପକୂଳ ଅଞ୍ଚଳରେ ଦୁଇ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ୨୪ ତାରିଖ ପର୍ଯ୍ୟନ୍ତ କ୍ରମାଗତ ଭାବେ ୨ ଡିଗ୍ରି ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ତେବେ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ରାତିର ତାପମାତ୍ରା ବୁଧବାରଠାରୁ କ୍ରମାଗତ ଭାବେ ୫ ଡିଗ୍ରି ପର୍ଯ୍ୟନ୍ତ କମିଯିବା ବିଚିତ୍ର ନୁହେଁ। ବାତ୍ୟା ପ୍ରଭାବରେ ଦିନର ପାରଦ କମିଥିଲେ ମଧ୍ୟ ରାତିର ତାପମାତ୍ରାରେ ସେତେଟା ପ୍ରଭାବ ପଡ଼ିନି। କୌଣସି ବି ଗୋଟିଏ ବି ସ୍ଥାନରେ ତାପମାତ୍ରା ୧୧ ଡିଗ୍ରି ତଳକୁ ଖସି ନାହିଁ। ବରଂ ସର୍ବୋଚ୍ଚ ତାପମାତ୍ରା ଲଗାତାର ଭାବେ ଖସି ଚାଲିଛି। ଦୁଇ ଦିନ ଭିତରେ ୧୦ରୁ ୧୨ ଡିଗ୍ରି ପର୍ଯ୍ୟନ୍ତ କମିଛି। ଏପରିକି ଦିନ ଓ ରାତିର ତାପମାତ୍ରା ପ୍ରାୟତଃ ସମାନ ହୋଇଯାଇଛି। ତାଳଚେରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୨୨.୪ ଡିଗ୍ରି ରହିଥିଲା। ଆଉ କୌଣସି ବି ସ୍ଥାନରେ ତାପମାତ୍ରା ୨୨ ଡିଗ୍ରି ଉପରେ ନଥିବା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର