କଣ୍ଟାବାଞ୍ଜି: ପବିତ୍ର ‘ଶିଶୁ ଦିବସ’ ପାଇଁ ବିଦ୍ୟାଳୟ ପରିସର ଉତ୍ସବମୁଖର ଥିବା ବେଳେ ଏଠାରେ କାର୍ଯ୍ୟରତ ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ନିଜର ପ୍ରିୟ ଛାତ୍ରଛାତ୍ରୀ ଓ ସହକର୍ମୀଙ୍କୁ ଛାଡ଼ି ସବୁଦିନ ପାଇଁ ପରପାରିକୁ ଚାଲିଯାଇଛନ୍ତି। ଏହି ଅଭାବନୀୟ ଘଟଣା ନେଇ ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅଧୀନରେ ଥିବା କୁଇବାହାଲ ପଲ୍ଲିଶ୍ରୀ ପଞ୍ଚାୟୟ ହାଇସ୍କୁଲରେ ଗୁରବାର ପୂର୍ବାହ୍ଣରେ ଏହି ଅଘଟଣ ଘଟିଛି। ମୃତ ପ୍ରଧାନ ଶିକ୍ଷକଙ୍କର ନାମ ପର୍ଶୁରାମ ଦାସ।
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଛତିଆ ଅଞ୍ଚଳର ପର୍ଶୁରାମ ଦାସ ପଲ୍ଲିଶ୍ରୀ ପଞ୍ଚାୟୟ ହାଇସ୍କୁଲରେ ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ପ୍ରାୟ ୨ ମାସ ପୂର୍ବରୁ ଯୋଗ ଦେଇଥିଲେ। ଶିଶୁ ଦିବସ ଅବସରରେ ଆଜି ବିଦ୍ୟାଳୟରେ ପିଲାମାନଙ୍କ ସକାଶେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସମାରୋହ ପରେ ପିଲାମାନେ ଓ ଶିକ୍ଷକମାନେ ଘରକୁ ବାହାରିବାର ଥିଲେ। କିନ୍ତୁ ଏହା ପୂର୍ବରୁ ବିଦ୍ୟାଳୟ ପରିସରରେ ଅଘଟଣ ଘଟିଥିଲା। ପିଲାମାନେ ବିଦ୍ୟାଳୟ ପରିସରରେ ବୁଲାବୁଲି କରୁଥିବା ବେଳେ ଅନ୍ୟ ଶିକ୍ଷକମାନେ ନିଜନିଜ କାମରେ ବ୍ୟସ୍ତରେ ଥିଲେ। ଶ୍ରୀ ଦାସ କାର୍ଯ୍ୟାଳୟରେ ଏକ ଚୌକି ଉପରେ ବସିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେମିତି ଚୌକିରେ ବସିଥିବା ଦେଖି ଅନ୍ୟ ଶିକ୍ଷକମାନେ ଭାବିଥିଲେ ଯେ, ପ୍ରଧାନଶିକ୍ଷକ ବୋଧେ ଶୋଇପଡ଼ିଛନ୍ତି। ତାଙ୍କୁ ଚୌକିରୁ ଉଠାଇବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ସେ ନଉଠିବାରୁ ସମସ୍ତେ ସନ୍ଦେହ କଲେ ଯେ, ବୋଧେ ବେହୋସ ହୋଇଯାଇଛନ୍ତି।
ଶିଶୁ ଦିବସ ଅବସରରେ ଆଜି ବିଦ୍ୟାଳୟରେ ପିଲାମାନଙ୍କ ସକାଶେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସମାରୋହ ପରେ ପିଲାମାନେ ଓ ଶିକ୍ଷକମାନେ ଘରକୁ ବାହାରିବାର ଥିଲେ। କିନ୍ତୁ ଏହା ପୂର୍ବରୁ ବିଦ୍ୟାଳୟ ପରିସରରେ ଅଘଟଣ ଘଟିଛି।
ଶ୍ରୀ ଦାସଙ୍କୁ ସହକର୍ମୀମାନେ ଉଦ୍ଧାର କରି କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କଣ୍ଟାବାଞ୍ଜି ପୁଲିସ୍ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପରିବାର ଲୋକେ ପହଞ୍ଚିବା ପରେ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ପର୍ଶୁରାମଙ୍କ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ସୂଚନା ଦିଆଯାଇଥିବା ବେଳେ ସେମାନେ ଏହାକୁ ସହଜରେ ଗ୍ରହଣ କରି ପାରି ନଥିଲେ। ଏଥିସହ ସ୍କୁଲର ଅନ୍ୟ ଶିକ୍ଷକ ଓ ପିଲାମାନେ ମଧ୍ୟ ପ୍ରଧାନଶିକ୍ଷକଙ୍କ ଏପରି ମୃତ୍ୟୁରେ ଗଭୀର ଭାବେ ମର୍ମାହତ ହୋଇଥିବା ବେଳେ ଏହା ସେମାନଙ୍କୁ ଶକ୍ତ ଧକ୍କା ଦେଇଛି। ଶିଶୁ ଦିବସରେ ଯେଉଁ ସ୍କୁଲ ହସଖୁସିରେ ଫାଟି ପଡ଼ୁଥିଲା, ସେଠି ଏବେ ନୀରବତା ଛାଇ ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/14/7Wxi3ZNqFyDKLnXkCr0f.jpeg)