ଲୋକଙ୍କ ମନ ଜିଣିଲେ ବିଏସ୍‌ଏଫ୍‌ ଯବାନ, ନକ୍ସଲ ପ୍ରବଣ ଅଂଚଳରେ ମାଗଣା ଚିକିତ୍ସା ବ୍ୟବସ୍ଥା

ମାଲକାନଗିରି: ଜିଲ୍ଲାର ଦୁର୍ଗମ ନକ୍ସଲ ପ୍ରବଣ ଚିତ୍ରକୋଣ୍ଡା ବ୍ଲକର ଦୋରାଗୁଡା ପଞ୍ଚାୟତର ସିଲେଇପୁଟ ଗ୍ରାମରେ ୮୮ ବିଏସ୍‌ଏଫ ବାଟାଲିୟନ ତରଫରୁ ଜନସଂପର୍କ ଶିବିର ଏବଂ ମାଗଣା ଚିକିତ୍ସାର ସୁବିଧା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡେପୁଟି କମାଣ୍ଡାଣ୍ଟ ତରୁଣ ପ୍ରତାପ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଭଗବତୀ ନାୟକ, ଶିକ୍ଷକ ସମରା ଗୁଡିଆଙ୍କ ସମେତ ଆଖପାଖ ଗ୍ରାମର ୫୦୦ରୁ ଊର୍ଦ୍ଧ୍ବ ମହିଳା ପୁରୁଷ ଯୋଗ ଦେଇଥିଲେ।ଆୟୋଜିତ ଏକ ସାଧାରଣ ସଭାରେ ବିଏସଏଫ ଲୋକଙ୍କୁ ଏହି ଅଂଚଳରେ ଯବାନଙ୍କ କାର୍ଯ୍ୟ ଏବଂ ଉଦ୍ଦେଶ୍ୟ ସଂପର୍କରେ କହିଥିଲେ। ନକ୍ସଲଙ୍କ ଏହି ଅଂଚଳରୁ ସଂପୂର୍ଣ୍ଣ ବିତାଡିତ କରିବା ସହ ଏଠାରେ ଶାନ୍ତି ପ୍ରତିଷ୍ଠା କରିବା ବିଏସଏଫର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଥିଲା। ଏଥିପାଇଁ ଏହି ଅଂଚଳର ଲୋକଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି କୁହାଯାଇଥିଲା।

ତେବେ ବିଏସଏଫ କେବଳ ଏହି ଅଂଚଳରେ ନକ୍ସଲ ଦମନ ପାଇଁ ଅବସ୍ଥାପିତ ହୋଇ ନାହାନ୍ତି, ବରଂ ଲୋକଙ୍କ ସହ ମିଳିମିଶି ବିକାଶକୁ ଆଗେଇ ନେବା ସହ ସାମାଜିକ କାମରେ ମଧ୍ୟ ନିୟୋଜିତ କରିବା। ଉପସ୍ଥିତ ମହିଳା ପୁରୁଷମାନଙ୍କୁ ଶାଢି, ଲୁଙ୍ଗି, କଂସାବାସନ ସମେତ ଦୈନନ୍ଦିନ ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଇଥିଲା। ଏଥିସହ ପିଲାମାନଙ୍କୁ ବହିପତ୍ର, ବ୍ୟାଗ, କଲମ ଇତ୍ୟାଦି ମଧ୍ୟ ପ୍ରଦାନ କରାଯାଇଥିଲା। ଆସିଥିବା ସମସ୍ତ ଲୋକଙ୍କର ମାଗଣାରେ ଚିକିତ୍ସା କରାଯିବା ସହ ଔଷଧ ପ୍ରଦାନ କରାଯାଇଥିଲା। ଲୋକେ ବିଏସଏଫର ଏଭଲି ଜନହିତକର କାର୍ଯ୍ୟ କରୁଥିବାରୁ ପସନ୍ଦ କରିବା ସହ ସେମାନଙ୍କୁ ଆଗକୁ ସମସ୍ତ ସହଯୋଗ ପ୍ରଦାନ କରିବେ ବୋଲି କହିଥିଲେ। ନକ୍ସଲର ହାତ ଛାଡି ବିକାଶକୁ ଏହି ଅଂଚଳରେ ତରାନ୍ବିତ କରିବେ। ବିଏସଏଫ ଏହି ଅଂଚଳରେ ଅବସ୍ଥାପିତ ହେବା ଦିନରୁ ଏଠାରେ ଶାନ୍ତି ପ୍ରତିଷ୍ଠା ହୋଇଥିବା ଲୋକେ ସ୍ବୀକାର କରିଥିଲେ। ପ୍ରତିଦିନ ମୃତ୍ୟୁର ଭୟ ରହିଥିବା ଲୋକେ ବିଏସଏଫକୁ କହିଥିଲେ।ଆଗକୁ ମଧ୍ୟ ବିଏସଏଫ ଲୋକଙ୍କ ସହ ମିଳିମିଶି କାମ କରିବ।

ସମ୍ବନ୍ଧିତ ଖବର