ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ ମାଗଣା ସହାୟକ ଉପକରଣ ବଣ୍ଟନ

ରାଇରଙ୍ଗପୁର/ବାଦାମପାହାଡ଼: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକ ଅନ୍ତର୍ଗତ ଆହାରଵନ୍ଧ ଓ କୁସୁମୀ କ୍ଲଷ୍ଟର ସେଣ୍ଟର ଅଧିନରେ କାର୍ଯ୍ୟ କରୁଥିବା ହେଲ୍ପ ଏଜ୍ ଇଣ୍ଡିଆ ଅନୁଷ୍ଠାନ ତରଫରୁ ୬୦ ବର୍ଷରୁ ଊର୍ଦ୍ଧ୍ବ ବୃଦ୍ଧ ଓ ବୃଦ୍ଧାଙ୍କୁ ମାଗଣା ସହାୟକ ଉପକରଣ ବଣ୍ଟନ ଯାଇଥିଲା। ହେଲ୍ପ ଏଜ୍ ଇଣ୍ଡିଆ ତରଫରୁ ମାଗଣା ଭ୍ରମ୍ୟମାଣ ସ୍ୱାସ୍ଥ୍ୟ ସେବା, ମାଗଣା ପ୍ରାଥମିକ ଚିକିତ୍ସା, ମାଗଣା ଦୈନଦିନ ଫିଜିଓଥେରାଫି ଚିକିତ୍ସା ଏବଂ ମାଗଣା ପରାମର୍ଶ ସେବା ଯୋଗାଇ ଦିଆଯାଉଛି।
ଏହି କାର୍ଯ୍ୟକ୍ରମ ସହିତ ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କୁ ହେଲ୍ପ ଏଜେ ଇଣ୍ଡିଆ ତରଫରୁ ମାଗଣା ସହାୟକ ଉପକରଣ ଯଥା ଆଶାବାଡି, ତ୍ରିପୋଡ, କୃଥାର୍ସ ଏବଂ ୱିଲ ଚେୟାର ବଣ୍ଟାଯିବାର ବ୍ୟବସ୍ଥା ହୋଇଛି। ଏହି ମାଗଣା ସହାୟକ ଉପକରଣ ହେଲ୍ପ ଏଜଜ୍ ଇଣ୍ଡିଆ ସଂସ୍ଥା ତରଫରୁ ଚାଲୁଥିବା ୬ ଗୋଟି ପଞ୍ଚାୟତର ୧୮ଟି ଗ୍ରାମର ୪୫୧ ବୟସ୍କ ବୃଦ୍ଧ ଵୃଦ୍ଧାଙ୍କୁ ବଣ୍ଟନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଆଜି ଚୁଆପାଣି ପଞ୍ଚାୟତର ଘୋଡ଼ାଡେଗା ଓ ଚୁଲିଭଙ୍ଗା ଗ୍ରାମରେ ପ୍ରଥମ କରି ବୃଦ୍ଧ ଓ ଵୃଦ୍ଧାଙ୍କୁ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଗ୍ରାମର ବରିଷ୍ଠ ବୃଦ୍ଧବୃଦ୍ଧା ଓ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କ ଉପସ୍ଥିତରେ ସ୍ଥାନୀୟ ଚୁଆପାଣି ସରପଞ୍ଚ ବାଙ୍ଗିମଣୀ କିସ୍କୁଙ୍କ ଉପସ୍ଥିତିରେ ଏବଂ ତାଙ୍କର ସହାୟକ ଉପକରଣ ବଣ୍ଟନର ଉଦଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସହିତ ଏପିପିଆଇ ପ୍ରୋଜେକଟ ଓ ହେଲ୍ପ ଏଜ୍ ଇଣ୍ଡିଆରେ କାର୍ଯ୍ୟ କରୁଥିବା ଜିଲ୍ଲା ସଂଯୋଜକ ସୁଦର୍ଶନ ମୁଦୁଲି, ସାମାଜିକ ସୁରକ୍ଷିତ ଅଧିକାରୀ ଯଦୁନାଥ ହାଁସଦା, ପ୍ରଣବ ଗିରି, ଅବିନାଶ କୁମାର ବାରିକ, ପ୍ରଭାତୀ ସ୍ୱାଇଁ, ମାନସୀ ମଲିକ, ସଞ୍ଜୟ ହାଁସଦା, ଜଗନାଥ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ସରପଞ୍ଚଙ୍କ ବ୍ୟକ୍ତବ୍ୟରେ ଏହି କାର୍ଯ୍ୟକ୍ରମରେ ଆମ ଅଞ୍ଚଳରେ ନୂଆ, ପ୍ରଥମ ଏବଂ ଅଭିନନ୍ଦନୀୟ ଅଟେ ବୋଲି କହି ପ୍ରଶଂସା କରିଥିଲେ। ଗ୍ରାମବାସୀ ବୃଦ୍ଧ ଓ ବୃଦ୍ଧା ଏହି କାର୍ଯ୍ୟକୁ ହସଖୁସିରେ ଗ୍ରହଣ କରିଥିଲେ। ଶେଷରେ ହେଲ୍ପ ଏଜ୍ ଇଣ୍ଡିଆ ସଂସ୍ଥାର ଯଦୁନାଥ ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବନ୍ଧିତ ଖବର