କୋଭିଡ ହସ୍ପିଟାଲରେ ହେଲ୍‌ପ ଡେସ୍କ ‌ବାଧ୍ୟତାମୂଳକ, ଟୋଲ ଫ୍ରି ନମ୍ବର ଜାରି କରିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶ

ଭୁବନେଶ୍ବର : ରାଜ୍ୟରେ ଥିବା ସରକାରୀ ଓ ଘରୋଇ କୋଭିଡ ବ୍ୟବସ୍ଥାରେ ହେଲ୍‌ପ-ଡେସ୍କକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ଗତ ସେପ୍ଟେମ୍ବର ମାସରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହେଲ୍‌ପ ଡେସ୍କ ନେଇ ଯେଉଁ ନିୟମାବଳୀ ଜାରି କରାଯାଇଥିଲା ତାହାକୁ ପାଳନ କରିବା ଲାଗି କୁହାଯାଇଛି। ଆଜି ଏ ସଂକ୍ରାନ୍ତରେ ସବୁ ଜିଲ୍ଲାପାଳ, ମେଡିକାଲ କଲେଜର ଅଧ୍ୟକ୍ଷ, ସିଡିଏମ୍‌ଓଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ପୂର୍ବ ନିର୍ଦେଶନାମାରେ ହେଲ୍‌ପ ଡେସ୍କ ପାଇଁ ଏକ ଟୋଲ ଫ୍ରି ନମ୍ବର ଜାରି କରିବା ସହିତ ଏହାକୁ ରାଜ୍ୟ ସରକାରୀ ଅଧିକାରୀଙ୍କୁ ଜଣାଇବାକୁ ହେବ। ହେଲ୍‌ପ ଡେସ୍କରେ ଯେପରି ୨୪ଘଣ୍ଟିଆ ସୁବିଧା ମିଳିପାରିବ ସେଥିପାଇଁ ଯଥେଷ୍ଟ ସଂଖ୍ୟକ ମାନବ ସମ୍ବଳ ନିଯୁକ୍ତ କରିବା ସହିତ ହ୍ବାଟସ୍‌ଆପ ଇତ୍ୟାଦିରେ ରୋଗୀଙ୍କ ସ୍ବର ଓ ଛବିକୁ ରୋଗୀଙ୍କ ଆଟେଣ୍ଡାଣ୍ଟକୁ ଜଣାଇବାକୁ ହେବ। ଏହାସହ ହସ୍ପିଟାଲରେ ଏକ କନଫରେନ୍‌ସ ଗୃହ ପ୍ରତିଷ୍ଠା କରିବା ସହିତ ସେଠାରେ ଟିଭି ଓ କ୍ୟାମେରା ବ୍ୟବସ୍ଥା କରିବାକୁ ହେବ। ଯାହାଫଳରେ ରୋଗୀଙ୍କ ଆଟେଣ୍ଡାଣ୍ଟ ରୋଗୀଙ୍କ ସହିତ କଥାବାର୍ତା କରିପାରିବେ।

ରୋଗୀଙ୍କୁ ଆଡମିଟ୍‌ କରିବା ସମୟରେ ତାଙ୍କର ଯୋଗାଯୋଗ ନମ୍ବର ସଂଗ୍ରହ କରାଯିବ। ଯାହାଫଳରେ ତାଙ୍କର ତାଙ୍କ ଆଟେଣ୍ଡାଣ୍ଟଙ୍କୁ ଏସ୍‌ଏମ୍‌ଏସ୍‌ ଓ ହ୍ବାଟସଆପ ଜରିଆରେ ପ୍ରତ୍ୟେକ ଦିନ ସୂଚନା ଦେବାକୁ ନିର୍ଦେଶ ଦିଆଯାଇଛି। ଗୋଟିଏ ସପ୍ତାହ ଭିତରେ ହେଲ୍‌ପ ଡେସ୍କ ପ୍ରତିଷ୍ଠା କରିବା ସହିତ ଏ ସଂପର୍କିତ ସୂଚନା ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ କୁହାଯାଇଛି।

ରୋଗୀଙ୍କୁ ତତ୍ପର ସ୍ବାସ୍ଥ୍ୟସେବା ଯୋଗାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ
କୋଭି଼ଡ ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ଭୁୂବନେଶ୍ବର : ରାଜ୍ୟରେ କୋଭିଡ ମହାମାରୀ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ଜଣାଇ ଦିଆଯାଇଛି କି ବିଭିନ୍ନ ଜିଲ୍ଲାରେ କୋଭିଡ କଲ ସେଣ୍ଟରଗୁଡ଼ିକୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଭିଡିଓ କନଫରେନ୍‌ସିଂ ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ କୋଭିଡ ରୋଗୀକୁ ଯେପରି ଖୁବ୍‌ ଅଳ୍ପ ସମୟ ଭିତରେ ସ୍ବାସ୍ଥ୍ୟ ସେବା ପହଞ୍ଚିବ ସେଥିପାଇଁ ଜିଲ୍ଲା ପ୍ରଶାସନ ସତର୍କ ରହିବେ। ଖାଲିସେତିକି ନୁହେଁ ନିୟମିତ କୋଭିଡ ଗୃହ ସଙ୍ଗରୋଧରେ ଥିବା ବ୍ୟକ୍ତିମାନେ ଯେପରି କୋଭିଡ ନିୟମ ଅନୁପାଳନ କରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ତଦାରଖ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର