ଭୁବନେଶ୍ୱର : କେରଳରେ ପ୍ରବଳ ବନ୍ୟାରେ ଶିକାର ହୋଇଥିବା ଲୋକଙ୍କ ପାଇଁ ସହାୟତାର ହାତ ବଢ଼ାଇବା ପାଇଁ ରାଜ୍ୟବାସୀଙ୍କ ପକ୍ଷରୁ ଗଠିତ ହୋଇଛି ‘କେରଳ ବନ୍ୟା ବିପନ୍ନ ସହାୟତା କମିଟି’। ମାନବିକତା ଦୃଷ୍ଟିରୁ ରିଲିଫ ସଂଗ୍ରହ ଅଭିଯାନରେ ନିଜକୁ ସାମିଲ କରିବା ସହିତ ଯଥାସମ୍ଭବ ସହାୟତା କରିବା ପାଇଁ କମିଟି ପକ୍ଷରୁ ଆହ୍ଵାନ କରାଯାଇଛି। କମିଟି ପକ୍ଷରୁ କୁହାଯାଇଛି ଯେ, କେରଳର ୧୪ଟି ଜିଲ୍ଲା ଓ ହଜାର ହଜାର ଗ୍ରାମର ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଏଭଳି ସ୍ଥିତିରେ କେରଳର ଲୋକଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ କମିଟି ପକ୍ଷରୁ ନିବେଦନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଉତ୍କଳମଣି ସଭାକକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କମିଟି ଅଧ୍ୟକ୍ଷ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଶିବାଜୀ ପଟ୍ଟନାୟକ, ପ୍ରଫୁଲ୍ଲ ସାମନ୍ତରା, ଜନାର୍ଦ୍ଦନ ପତି, ଜଗନ୍ନାଥ ପଟ୍ଟନାୟକ, ଅଳି କିଶୋର ପଟ୍ଟନାୟକ, ସୁଦର୍ଶନ ପ୍ରଧାନ, ରବି ବେହେରା, ଜ୍ୟୋତି ରଂଜନ ମହାପାତ୍ର, ଜଗନ୍ନାଥ ମିଶ୍ର ଓ ବିଜୟ ବହିଦାର ପ୍ରମୁଖ ଯୋଗ ଦେଇଥିଲେ।