ନାବାଳକଙ୍କ ୨ କିଡ୍‌ନି ଅଚଳ, ଆର୍ଥିକ ସହାୟତା ପାଇଁ ଅନୁରୋଧ

ଭୁବନେଶ୍ୱର, : ଯାଜପୁର ଜିଲ୍ଲା ପଣସୋଦା ଗାଁର ଅସଲାମ୍‌ ଖାନ୍‌। ବୟସ ୧୩ ବର୍ଷ। ମାତ୍ର ତାଙ୍କର ଦୁଇଟି କିଡ୍‌ନି ସଂପୂର୍ଣ୍ଣ ଅଚଳ ହୋଇଯାଇଛି। ସେ ବର୍ତ୍ତମାନ କଟକର ବ୍ଲୁ ଲାଇନ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ନିୟମିତ ଡାଏଲିସିସ ଚାଲିଛି। ଅସ୍‌ଲାମଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଏଭଳି ବ୍ୟୟବହୁଳ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ଯଦି କେହି ସହୃଦୟ ବ୍ୟକ୍ତି ଆର୍ଥିକ ସହାୟତା ପାଇଁ ଇଛା କରନ୍ତି ତେବେ ସେମାନେ ୮୨୮୦୦୬୧୫୬୯ ନମ୍ବରରେ ଫୋନ୍‌ କରିପାରିବେ କିମ୍ବା SBI A/C No- 34234722508 ଆକାଉଣ୍ଟ ନମ୍ବରରେ ଅର୍ଥ ଜମା କରିପାରିବେ ବୋଲି ଅସ୍‌ଲାମ୍‌ର ମା ରସିଆ ବିବି ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର