କଟକ: ଅସ୍ବାଭାବିକ ଭାବେ ବଢୁଥିଲା ହାତ। ବାମ ହାତ ଠିକ ରହିଥିବା ବେଳେ ବଢି ଚାଲିଥିଲା ଡାହାଣ ହାତ। ହାତର ଓଜନ ଏବେ ଶରୀର ଠାରୁ ବି ଅଧିକ। ଏଭଳି ସମସ୍ୟାରେ ପଡ଼ିଥିବା ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ୍ ପେରେପାଙ୍ଗୁ ଗାଁର ଅନାଥ ଝିଅ ମିତା ଶବର (୧୮)ଙ୍କ ଚିକିତ୍ସା ଓ ଦୁଇଟି ପର୍ଯ୍ୟାୟ ଅସ୍ତ୍ରୋପଚାର ପରେ ଡାହାଣ ହାତକୁ କଟାଯାଇଛି। ଏବେ ଚିକିତ୍ସା ପରେ ଅର୍ଥାତ୍ ଦୀର୍ଘ ୩ମାସ ପରେ ମିତା ଘରକୁ ଫେରିଛି। ୪ମାସ ପରେ ପୁଣି ମିତାକୁ ଏସ୍ସିବି ଆସିବା ପାଇଁ ଡାକ୍ତର ପରାମର୍ଶ ଦେଇଥିବାବେଳେ ସେହି ସମୟରେ କୃତ୍ରିମ ହାତ ଲାଗାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସନ୍ନ ପଟ୍ଟନାଏକ ସୂଚନା ଦେଇଛନ୍ତି। ମିତାର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ ମିଶନ, ଓଏସ୍ଟିଏଫ୍ ପକ୍ଷରୁ ସଂପୂର୍ଣ୍ଣ ମାଗଣା ଚିକିତ୍ସା ବ୍ୟବସ୍ଥା କରାଯାଇଥିବା ଆରବିଏସ୍କେ ମ୍ୟାନେଜର ସତ୍ୟ ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ମିତା ୫ମ ଶ୍ରେଣୀରେ ପଢୁଥିବାବେଳେ ଅସ୍ବାଭାବିକଭାବେ ଡାହାଣ ହାତ ବଢିବା ଆରମ୍ଭ କରିଥିଲା। ବାପା, ମା’ ଛେଉଣ୍ଡ ମିତାଙ୍କୁ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ମିଳି ପାରି ନଥିଲା। ଏ ସ˚ପର୍କରେ ବିଭିନ୍ନ ଗଣମାଧୢମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ସହଯୋଗର ହାତ ବଢାଇଥିଲା। ଅଗଷ୍ଟ ୬ରେ ଏସ୍ସିବି ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ମିତାଙ୍କୁ ଭର୍ତ୍ତି କରାଯାଇଥିଲା। ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସନ୍ନ ପଟ୍ଟନାୟକ, ଆସୋସିଏଟ୍ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାଏକ ମିତାର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ସହ ଅସ୍ତ୍ରୋପଚାର କରିଥିଲେ।
ବଢୁଥିବା ହାତରେ ଅସ୍ତ୍ରୋପଚାର
ଘରକୁ ଫେରିଲେ ମିତା, ୪ ମାସ ପରେ ଲାଗିବ କୃତ୍ରିମ ହାତ
/sambad/media/post_attachments/wp-content/uploads/2018/11/Scb-mita-sabara.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)