ବାଲେଶ୍ବର : କରୋନା ମହାମାରୀ ପରିସ୍ଥିତିରେ ସମାଜର ସବୁ ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ବିଭିନ୍ନ ବର୍ଗଙ୍କ ପାଇଁ ବି ସରକାରୀ ସହାୟତା ବ୍ୟବସ୍ଥା କରୁଛନ୍ତି। ମାତ୍ର ବ୍ରାହ୍ମଣ ସମାଜ ଏଥିରୁ ବାଦ ପଡ଼ିଛି। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳଗୁଡ଼ିକରେ ଥିବା ଛୋଟଛୋଟ ମଠମନ୍ଦିରର ପୂଜକ ଏବଂ ସେବାୟତମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ବର ଜିଲ୍ଲାରେ ମଞ୍ଚ ପକ୍ଷରୁ ରେମୁଣାସ୍ଥିତ କ୍ଷୀରଚୋରା ଗୋପୀନାଥ ମନ୍ଦିର ଏବଂ ବାଲେଶ୍ବର ସହର ସ୍ଥିତ ରାମେଶ୍ବର ମନ୍ଦିର ପରିସରରେ ବିଭିନ୍ନ ମନ୍ଦିରର ପୂଜକମାନଙ୍କୁ ଏକତ୍ରିତ କରାଯାଇଥିଲା। କୋଭିଡ କଟକଣା ମାନି ସମସ୍ତଙ୍କୁ ସହାୟତାପୂର୍ବକ ରାସନ ସାମଗ୍ରୀ ଥିବା କିଟ୍ ପ୍ରଦାନ କରାଯାଇଥିଲା।
/sambad/media/post_attachments/wp-content/uploads/2021/07/29ae8c2e-90f2-419f-9481-2eaa645b450a.jpg)
ହିନ୍ଦୁ ଜାଗରଣ ମଞ୍ଚର ରାଜ୍ୟ ସଂଗଠନ ସମ୍ପାଦକ ତନ୍ମୟ କୁମାର ଦାଶ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ମଠମନ୍ଦିରଗୁଡ଼ିକ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ପ୍ରେରଣାକେନ୍ଦ୍ର ହେଉ ବୋଲି ଆହ୍ବାନ ଦେଇଥିଲେ। ଏହାସହିତ ଗୀତା, ଭାଗବତ, ରାମାୟଣ ଭଳି ହିନ୍ଦୁଧର୍ମରେ ରହିଥିବା ବିଭିନ୍ନ ପୂରାଣଶାସ୍ତ୍ରଗୁଡ଼ିକୁ କେବଳ ପୂଜାପାଠରେ ସୀମିତ ନରଖି ସମୂହ ଅଧ୍ୟୟନରେ ବ୍ୟବହାର ହେବା ଦରକାର ଏବଂ ସେ ସମ୍ପର୍କରେ ବିଭିନ୍ନ ସମୟରେ ଚର୍ଚ୍ଚା ଆଲୋଚନା ମଧ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ମଞ୍ଚର କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ଚାଲିଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/327da0cd-d8e0-4c12-84c8-ee1173056951.jpg)