ଟ୍ରକ ଚାପାରେ ହେଲପର ମୃତ

ଯୋଡ଼ା: ଯୋଡ଼ା ଥାନା  ବିଲେଇପଦା ଫାଣ୍ଡି ଅନ୍ତର୍ଗତ ମୁର୍ଗାସ୍ଥିତ କାଟାମାଟି ପାର୍କିଂ ଠାରେ ଆଜି ଏକ ଟ୍ରକ ଚାପାରେ ଜଣେ ହେଲପରଙ୍କ ମୃତୁ  ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି  ଅପରାହ୍ଣରେ ପାର୍କିଂସ୍ଥଳରେ ଟ୍ରକଟି ଛିଡ଼ା ହୋଇଥିବା ବେଳେ ସମ୍ପୃକ୍ତ ଟ୍ରକର ବୋଝେଇ ପାଇଁ କ୍ରମିକ ନମ୍ବର ଆସିବାରୁ ଟ୍ରକଟି ପଛ କରି ଧାଡିରୁ ବାହାରିଯିବା ପାଇଁ ଚେଷ୍ଟା କରୁଥିବା ବେଳେ ଗାଡ଼ି ପଛପଟେ ଠିଆ ହୋଇ ସଙ୍କେତ ଦେଉଥିବା ହେଲପରକୁ ଅନ୍ୟ ଏକ  ଗାଡି ପଛପଟେ ଚାପି ଦେଇଥିଲା।

ଏହି ଅସାବଧାନତା କାରଣରୁ ଦୁର୍ଘଟଣା ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ହେଲପର ଅଜିତ୍ ମଣ୍ଡଳକୁ ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବିଲେଇପଦା ଫାଣ୍ଡି ଅଧିକାରୀ ସ୍ୱରୁପ ରଞ୍ଜନ ନାଏକ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରିଥିବା ବେଳେ ଟ୍ରକ ଚାଳକକୁ ଅଟକ ରଖି ଟ୍ରକଟିକୁ ଜବତ କରିଥିବା ଜଣାପଡ଼ିଛି । ମୃତକ ହେଲପର ଝାଡଖଣ୍ଡ ରାଜ୍ୟ ଜାମସେଦପୁରର ଅଜିତ୍ ମଣ୍ଡଳ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ ନଂ. ଓଡି୦୯ଏ-୩୪୩୩ ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର