ଅସହାୟ ଉରକୁଲି ଓ ମଂଜୁଲତାଙ୍କୁ ସହାୟତା ପ୍ରଦାନ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ବ୍ଲକ୍‌ର ରଣ୍ଡା ଗାଁର ଅସହାୟ ଉରକୁଲି ନନ୍ଦଙ୍କୁ ସହାୟତା ପ୍ରଦାନ କରିଛନ୍ତି ସମାଜସେବୀ ଡ. ଶ୍ରୀକର ମିଶ୍ର। ଉରକୁଲିଙ୍କ ପରିବାରର ଦୁଇଜଣ ସଦସ୍ୟ ଏବେ ରୋଗଣା ଥିବା ବେଳେ ସେ ଅସହାୟ ହୋଇପଡ଼ିଥିଲେ। ବିଙ୍ଗ୍ ହ୍ୟୁମାନ ଖବର ପାଇ ଚିକିତ୍ସା ବ୍ୟବସ୍ଥା କରିଥିବା ବେଳେ ଆଜି ବିଙ୍ଗ ହ୍ୟୁମାନର ଉପଦେଷ୍ଟା ସମାଜସେବୀ ଡ. ମିଶ୍ର ଏବଂ ଅନୁଷ୍ଠାନର ସଭାପତି ସୋମନାଥ ମିଶ୍ର, ସମ୍ପାଦକ ବ୍ରଜଗୋପାଳ ସିଂହ, ସଭ୍ୟ ପ୍ରିତମ ବରାଡ଼ ଓ ରୋଶନ ସୁନା ରଣ୍ଡା ଗ୍ରାମକୁ ଯାଇ ଅସହାୟ ଉରକୁଲିଙ୍କୁ  ଦଶହଜାର ଟଙ୍କା ପ୍ରଦାନ କରିଥିଲେ।

ସେହିପରି ଖୁଣ୍ଟପାଲି ଗାଁର ମଂଜୁଲତା ସାଏଙ୍କ ସମସ୍ୟା ଜାଣିବା ପରେ ଡ. ମିଶ୍ର, ଅରୁଣ ମିଶ୍ର, ବୀରେନ୍ଦ୍ର ଝାଙ୍କର ଓ ପ୍ରଶାନ୍ତ ମହାକୁର ତାଙ୍କ ଘରକୁ ଯାଇ ଦଶହଜାର ଟଙ୍କା ପ୍ରଦାନ କରିଛନ୍ତି। ଏହାସହ ତାଙ୍କ ପୁଅ ଓ ଝିଅର ପଢ଼ାଖର୍ଚ୍ଚ ଓ ଝିଅ ବାହାଘରର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର