ବାତ୍ୟା ‘ଫନି’ ପାଇଁ ବିଭିନ୍ନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୋଲିଲା ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡ଼ିକରେ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍‌ ଗୁଡ଼ିକ ଖୋଲଯାଇଛି। ଏହି କଣ୍ଟ୍ରୋଲ ରୁମ୍‌ ଗୁଡ଼ିକର ମାଧ୍ୟମରେ ସାଧାରଣ ଜନତା ବାତ୍ୟା ସଂପର୍କିତ ତଥ୍ୟ ପାଇ ପାରିବେ।
ପୁରୀ: ୦୬୭୫୨- ୨୨୩୨୩୭
ଗଞ୍ଜାମ: ୦୬୮୧୧-୨୬୩୯୭୮
ଖୋର୍ଦ୍ଧା: ୦୬୭୫୫-୨୨୦୦୦୨,
ଜଗତସିଂହପୁର: ୦୬୭୨୪-୨୨୦୩୬୮
ଭଦ୍ରକ: ୦୬୭୮୪-୨୫୧୮୮୧
ବାଲେଶ୍ୱର: ୬୭୮୨-୨୬୨୨୮୬/୨୬୨୬୪୭
କେନ୍ଦ୍ରାପଡ଼ା: ୦୬୭୨୭-୨୩୨୮୦୩
କଟକ: ୦୬୭୧-୨୫୦୭୮୪୨/୯୩୩୭୪୧୯୪୯୪
ଯାଜପୁର: ୦୬୭୨୮-୨୨୨୬୪୮
କନ୍ଧମାଳ: ୦୬୮୪୨-୨୫୩୬୫୦/୨୫୫୬୦୨
ଗଜପତି: ୦୬୮୧୫-୨୨୨୯୪୩
ନୟାଗଡ଼: ୦୬୭୫୩-୨୫୨୯୭୮
ରାୟଗଡ଼ା: ୦୬୮୫୬-୨୨୪୦୬୨/୨୨୪୦୮୨

ବାତ୍ୟାର ପ୍ରଭାବରେ ଗୁରୁବାର ରାତି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପବନ ବୋହିବା ସହିତ ତୁହାକୁ ତୁହା ବର୍ଷା ହୋଇଛି। ସାମୁଦ୍ରିକ ଝଡ଼ ‘ଫନି’ ଶୁକ୍ରବାର ପୂର୍ବାହ୍ଣ ୮ଟା ରୁ ୧୦ ମଧ୍ୟରେ ପୁରୀ ନିକଟସ୍ଥ ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରାଯାଇଛି। ଏହା ଏବେ ପୁରୀ ଠାରୁ ୭୦ କିଲୋମିଟର ଦୂରରେ ଅଛି। ଲ୍ୟାଣ୍ଡଫଲ କରିବା ପରେ ବାତ୍ୟା ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ଗତି କରିବ ଏବଂ ଏହା ଭଦ୍ରକ, ବାଲେଶ୍ୱର ଦେଇ ପଶ୍ଚିମବଙ୍ଗ ଆଡକୁ ମୁହାଁଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପୁରୀ ଓ ଭୁବନେଶ୍ୱରର ଅଧିକାଂଶ ସ୍ଥାନରେ ବିଦ୍ୟୁତ କାଟି ଦିଆଯାଇଛି।

ସମ୍ବନ୍ଧିତ ଖବର