ବିଜେପିରେ ଯୋଗଦେଲେ ହେମାନନ୍ଦଙ୍କ ଭାଇ

ଝାରସୁଗୁଡ଼ା : ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଭାଇ ବିହାରୀ ଚନ୍ଦ୍ର ବିଶ୍ବାଳ ଓ ବିହାରୀ ଚନ୍ଦ୍ରଙ୍କ ପୁତ୍ରବଧୂ ଜ୍ୟୋତ୍ସ୍ନା ବିଶ୍ୱାଳ ଶୁକ୍ରବାର ଯୋଗ ଦେଇଛନ୍ତି।

ଶୁକ୍ରବାର ସନ୍ଧ୍ୟାରେ ଝାରସୁଗୁଡ଼ା ବେହେରାମାଲ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିହାରୀଚନ୍ଦ୍ର ଓ ତାଙ୍କ ପୁତ୍ରବଧୂ ଦଳରେ ସାମିଲ୍‌ ହୋଇଥିଲେ। ଜିଲ୍ଲା ସଭାପତି ମଙ୍ଗଲ ସାହୁଙ୍କ ସଭାପତିତ୍ୱ ଓ ଜିଲ୍ଲା ପ୍ରଭାରୀ ତଥା ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ବିଜେଡି ଛାଡ଼ି ଚନ୍ଦ୍ରମୋହନ ବିଜେପି ଯୋଗଦାନ କରିଥିବା ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର