ଗାଇସିଲାଟ୍: ବରଗଡ଼ ଜିଲ୍ଲା ଗାଇସିଲାଟ୍ ବ୍ଲକ୍ ଜନକେଡ଼ା ଗାଁରେ ଅଘଟଣ ଘଟିଛି। ଭାଇର ମଂଗଳ କାମନା କରି ପ୍ରଥମଥର ପାଇଁ ଭାଇଜିଉନ୍ତିଆ କରୁଥିବା ପ୍ରଶାନ୍ତ ସାହୁଙ୍କ ସାତ ବର୍ଷର ଝିଅ ସ୍ମୃତିରାଣୀର ବିଦ୍ୟୁତ୍ ଆଘାତରେ ଜୀବନ ଚାଲି ଯାଇଛି। ସ୍ମୃତିରାଣୀ ଭାଇଜିଉନ୍ତିଆ କରିବାକୁ ଉତ୍ସାହିତ ଥିଲା। ଏଥିପାଇଁ ସଜବାଜ ଚଳାଇଥିଲା। କିନ୍ତୁ ଘର ପାଖରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ଆର୍ଥିଂ ତାରରେ ବିଦ୍ୟୁତ୍ ସ୍ରୋତ ଥିବା କେହି ଜାଣି ନଥିଲେ। ଘର ବାହାରକୁ ଆସୁଥିବା ସ୍ମୃତିରାଣୀର ହାତ ଏଥିରେ ବାଜି ଥିଲା। ସେ ଦାଣ୍ଡରେ ପଡ଼ିଯାଇଥିଲା। ତାକୁ ଲୋକେ ଉଦ୍ଧାର କରି ତାଲପାଲି ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ପଦ୍ମପୁର ଡାକ୍ତରଖାନାକୁ ପଠାଇ ଦେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଦ୍ୟୁତ୍ ବିଭାଗର ଖାମଖିଆଲି ଯୋଗୁଁ ଏହି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି।
ଭାଇକୁ ବାନ୍ଧିପାରିଲାନି ଜିଉଁନ୍ତିଆ, ବିଦ୍ୟୁତ୍ ଆଘାତରେ ଭଉଣୀ ମୃତ
/sambad/media/post_attachments/wp-content/uploads/2021/10/45sfh654sf65h45s6fhfhfhfhfhfhfhfhfhfhfhfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)