୨୦୧୪ ଠାରୁ ମଧ୍ୟ ଆହୁରି ବଡ଼ ମୋଦୀ ସୁନାମୀ ଆସିଛି ୨୦୧୯ରେ। ନେହେରୁ ଓ ଇନ୍ଦିରାଙ୍କ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କ୍ରମାଗତ ଦ୍ବିତୀୟ ଥର ମୋଦୀ ଲୋକସଭାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। କ୍ରମାଗତ ଦ୍ବିତୀୟ ଥର ପୂର୍ଣ୍ଣ ବହୁମତ ପାଇବାରେ ବିଜେପି ମଧ୍ୟ କଂଗ୍ରେସ ପଛକୁ ଦ୍ବିତୀୟ ଦଳ ଭାବେ ଉଭା ହୋଇପାରିଛି। ଅନ୍ୟପକ୍ଷରେ ପୁଲ୍ୱାମା-ବାଲାକୋଟ୍ ଘଟଣାକ୍ରମକୁ ନେଇ ରାଷ୍ଟ୍ରବାଦ ଓ ଉଗ୍ର ହିନ୍ଦୁତ୍ବବାଦୀ ବିଚାର ଆଗରେ ବିମୁଦ୍ରୀକରଣ ଓ ଜିଏସ୍ଟିର ଯନ୍ତ୍ରଣା, ବେରାଜଗାରୀ ଓ କୃଷକଙ୍କ ତଥାକଥିତ ଅସନ୍ତୋଷ ଭଳି ପ୍ରସଙ୍ଗମାନ ନିଷ୍ପ୍ରଭ ହୋଇଯାଇଛି ଏହି ନିର୍ବାଚନରେ। ଅହୁରି ମଧ୍ୟ, କ୍ରମାଗତ ଦ୍ବିତୀୟ ଥର ପାଇଁ କଂଗ୍ରେସ ଲୋକସଭାରେ ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ପାଇବାରେ ବିଫଳ ହୋଇଛି।
ତେବେ ସମସ୍ତ ଆକଳନକୁ ପଛରେ ପକାଇ ନବୀନଙ୍କ ନେତୃତ୍ବରେ ବିଜେଡି ପଞ୍ଚମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବାର ବିରଳ କୃତିତ୍ବ ହାସଲ କରିଛି। ଦେଶବ୍ୟାପୀ ମୋଦୀ ଓ ତାଙ୍କ ଦଳ ବିଜେପି ବିରୋଧୀ ଦଳମାନଙ୍କୁ ଧୂଳିସାତ କରିଥିବା ବେଳେ ଓଡ଼ିଶାରେ ନବୀନଙ୍କ ଦୁର୍ଗକୁ ଭେଦ କରିପାରିନାହାନ୍ତି। ଓଡ଼ିଶାରେ ସମ୍ଭାବ୍ୟ ଡବଲ୍ ବା ସ୍ପ୍ଲିଟ୍ ଭୋଟିଂ ଓ ବିଜେପିର ଡବଲ୍ ଇଂଜିନ୍ ତତ୍ତ୍ବକୁ ଭୁଲ୍ ପ୍ରମାଣିତ କରି ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ବିଜେଡି ନିଜ ଦବ୍ଦବା ବଜାୟ ରଖିପାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/hero.jpg)