ଗାଡ଼ି ଧକ୍କାରେ ହେଟାବାଘ ମୃତ

ଗୋଳନ୍ଥରା : ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ତୁଳୁ ନିକଟ ପାଟପୁର ଛକ ରାସ୍ତାରେ ଗାଡ଼ି ଧକ୍କାରେ ଏକ ହେଟାବାଘର ମୃତ୍ୟୁ ହୋଇଛି । ସକାଳେ ସ୍ଥାନୀୟ ବାସିନ୍ଦା ଶବଟିକୁ ଦେଖିବାକୁ ପାଇ ଥିଲେ। ତା’ର ମୁଣ୍ତରେ ଆଘାତ ଲାଗିଥିଲା। ଗତ ବିଳମ୍ବିତ ରାତିରେ କୌଣସି ଗାଡ଼ି ଧକ୍କାରେ ହେଟାବାଘଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଶବଟିକୁ ସେଠାରୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର