ଭୁବନେଶ୍ବର/ବ୍ରହ୍ମପୁର: ଚନ୍ଦ୍ରଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ମଙ୍ଗଳବାର ହେତୁବାଦୀ-ପରଂପରାବାଦୀ ମୁହାଁମୁହିଁ ହୋଇଛନ୍ତି। ବ୍ରହ୍ମପୁରରେ ହେତୁବାଦୀମାନେ ସାମୂହିକ ଭୋଜନର ଆୟୋଜନ କରିଥିଲେ। ଏହାକୁ ପରଂପରାବାଦୀମାନେ ତୀବ୍ର ବିରୋଧ କରିଥିଲେ। ବଜରଂଗ ଦଳର କର୍ମୀଙ୍କ ସମେତ ପରଂପରାବାଦୀମାନେ ଆୟୋଜନ ସ୍ଥଳରେ ପହଞ୍ଚି ସାମୂହିକ ଭୋଜନର ଆୟୋଜନକୁ ତୀବ୍ର ବିରୋଧ କରିଥିଲେ। ପରମ୍ପରାବାଦୀର ସଦସ୍ୟମାନେ ହେତୁବାଦୀଙ୍କ ପକ୍ଷରୁ ଲଗାଇଥିବା ବ୍ୟାନରକୁ ଚିରି ଦେଇଥିଲେ। ଏଥି ସହିତ ଗୋବର ମାଡ଼ କରିଥିଲେ। ଅପରପକ୍ଷେ ଏହାକୁ ହେତୁବାଦୀମାନେ ମଧ୍ୟ ବିରୋଧ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଧସ୍ତଧସ୍ତା ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍ ଲାଠି ମାଡ଼ କରିଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp