ଭୁବନେଶ୍ବର: ଗତ କିଛିଦିନ ହେବ ରାଜ୍ୟରେ ଟମାଟୋ ଫ୍ଲୁ ଆତଙ୍କ ଦେଖାଦଇଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ଜନସାଧାରଣଙ୍କୁ କହିଛନ୍ତି କି ଏଚ୍ଏଫ୍ଏମ୍ଡି ଟମାଟୋ ଫ୍ଲୁ ନୁହେଁ। ସେ ଆହୁରି ବି କହିଛନ୍ତି ଯେ, ‘ଏହି ରୋଗକୁ ନେଇ ଆଇସିଏମ୍ଆର୍ ଓ ଏନ୍ସିଡିସି ପକ୍ଷରୁ ଏଯାବତ୍ କୌଣସି ଗାଇଡ୍ଲାଇନ୍ ଜାରି ହୋଇନାହିଁ। ଏଚ୍ଏଫ୍ଏମ୍ଡିକୁ ନେଇ ଆତଙ୍କ ହେବାର ଆବଶ୍ୟକତା ନାହିଁ। ଏଥିସକାଶେ ସର୍ଭେଲାନ୍ସକୁ ଜୋର୍ଦାର କରିବାକୁ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କିଛି ରାଜ୍ୟରେ ଫ୍ଲୁ ରୂପ ବଦଳାଇ ଆସୁଥିବାରୁ ଆମକୁ ସତର୍କ ରହିବାକୁ ପଡ଼ିବ। ଏହାସହିତ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସାମ୍ପୁଲ୍ ଟେଷ୍ଟ ଉପରେ ଗୁରୁତ୍ୱ ଦେଉଛି। ଏଚ୍ଏଫ୍ଏମ୍ଡି ପାଇଁ ସ୍ୱତନ୍ତ୍ର ଟୀକା କି ଔଷଧ ଦରକାର ନାହିଁ। କେବଳ ଲକ୍ଷଣ ଅନୁସାରେ ଔଷଧ ପ୍ରଦାନ କରାଯିବ।’
ଏ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ‘ସମୁଦାୟ ୩୫ ସାମ୍ପୁଲ୍ ମଧ୍ୟରୁ ୨୪ ଜଣ ହେଉଛନ୍ତି ରାଜଧାନୀ ଭୁବନେଶ୍ବରର। ଏହି ଏହି ରୋଗ ଏଣ୍ଟ୍ରୋ ଭାଇରସ ଦ୍ୱାରା ହେଉଛି। ଏହାର ଏକ ଅଲଗା ସବ ଟାଇପ ମଧ୍ୟ ଅଛି। ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏଚ୍ଏଫ୍ଏମ୍ଡି ମାମଲା ଆସୁଥିବାରୁ ଆମକୁ ଅଧିକ ସତର୍କ ରହିବାକୁ ପଡୁଛି। ଏଚ୍ଏଫଏମ୍ଡି ସମସ୍ତ ଶିଶୁଙ୍କୁ ହୁଏନି। ଯେଉଁ ଶିଶୁ ଦୁର୍ବଳ, ପୁଷ୍ଟିହୀନତା ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ସେମାନେ ଏଚ୍ଏଫଏମ୍ଡିର ଶିକାର ହୁଅନ୍ତି। ରୋଗୀ ଅଧିକ ବଢିଲେ ତେବେ ସ୍ୱତନ୍ତ୍ର ୱାର୍ଡ ଖୋଲାଯିବ। ଏବେ ଦୈନିକ ୧୦-୧୨ ରୋଗୀ ଆସୁଛନ୍ତି। ସେଥିରୁ୪-୫ ଜଣ ଏଚ୍ଏଫଏମ୍ଡି ଆକ୍ରାନ୍ତ ବୋଲି ଜଣାପଡୁଛି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/HFMD-is-Not-Tomato-Flu_Bijay-Mahapatra_Thumbnail.jpg)