ହାଇକୋର୍ଟ ବାର୍ ଆସୋସିଏସନ ନିର୍ବାଚନ: ନାମାଙ୍କନ ଦାଖଲ ଶେଷ, ସଭାପତି ଦୌଡରେ ତିନି ଜଣ

କଟକ: ହାଇକୋର୍ଟ ବାର୍ ଆସୋସିଏସନ୍ କର୍ମକର୍ତ୍ତା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି। ଗୋପାଳକୃଷ୍ଣ ମହାନ୍ତି, ଶ୍ରୀନିବାସ ମହାନ୍ତି ଓ ବୁଦ୍ଧଦେବ ରାଉତରାୟ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ଉପସଭାପତି ପଦ ପାଇଁ ଦେବୀ ପ୍ରସାଦ ଦାସ ଓ ପୀୟୂଷ କୁମାର ମିଶ୍ର ନାମାଙ୍କନ ଦାଖଲ କରିଥିବା ବେଳେ ସଂପାଦକ ପଦ ଲାଗି ସଂଜୟ କୁମାର ଦାସ, ମନୋଜ କୁମାର ଖୁଣ୍ଟିଆ, ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା, ବିଭୁପ୍ରସନ୍ନ ମହାପାତ୍ର, ସନ୍ତୋ‌ଷ କୁମାର ନନ୍ଦ ଓ ଦିଲ୍ଲୀପ ରାୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଯୁଗ୍ମ ସଂପାଦକ ପଦ ପାଇଁ ମଳୟ କୁମାର ମହାନ୍ତି, ନିହାର ରଂଜନ ମହାନ୍ତି, ବି‌ଶ୍ବେସ କେଶରୀ ନନ୍ଦ, ଜଟେଶ୍ବର ନାୟକ, ସହକାରୀ ସଂପାଦକ ପଦ ପାଇଁ ବାସୁଦେବ ମହାପାତ୍ର, ପଦ୍ମାଳୟା ମହାପାତ୍ର, ଦୀପକ ପ୍ରଧାନ, ସହକାରୀ ସଂପାଦକ(ପାଠାଗାର) ପଦ ପାଇଁ ଏସ୍.ଲୋକେଶ କୁମାର, ଲକ୍ଷ୍ମୀକାନ୍ତ ସାହୁ, ସୋମନାଥ ଶତପଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୯ଟି ନିର୍ବାହୀ ସଦସ୍ୟ ପଦ ପାଇଁ ୧୧ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୨୦ ତାରିଖ ଦିନ ୧୧ଟାରୁ ୨ଟା ଭିତରେ କୌଣସି ପ୍ରାର୍ଥୀ ଚାହିଁଲେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ପାରିବେ। ସେହିଦିନ ଦିନ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ମାର୍ଚ୍ଚ ୩୦ ତାରିଖ ଶନିବାର ଦିନ ୮ଟାରୁ ୨ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ। ସେହିଦିନ ୩ଟା ୩୦ରେ ଭୋଟ ଗଣତି ଆରମ୍ଭ ହେବ। ଭୋଟ ଗଣତି ଶେଷ ହେବା ପରେ ସଙ୍ଗେ ସଙ୍ଗେ ଫଳାଫଳ ଘୋଷଣା କରାଯିବ। ଆସୋସିଏସନର ବରିଷ୍ଠ ସଦସ୍ୟ ବାସୁଦେବ ପୂଜାରୀଙ୍କୁ ନିର୍ବାଚନ ଅଧିକାରୀ ଦାୟିତ୍ବ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର