କଟକ : ହାଇକୋର୍ଟ ବାର୍ ଆସୋସିଏସନର ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକ ଓ ଉପସଭାପତି ଭାବେ ବଂଶୀଧର ଶତପଥୀ ନିର୍ବାଚିତ ହୋଇଛନ୍ତି। ସେହିଭଳି ସତ୍ୟବ୍ରତ ମହାନ୍ତି ସଂପାଦକ, ରଂଜନ କୁମାର ନାୟକ ଯୁଗ୍ମ ସଂପାଦକ, ପ୍ରଦୀପ୍ତ କୁମାର ମହାନ୍ତି ସହସଂପାଦକ, ସୁରେଶ କୁମାର ଜେନା ପାଠାଗାର ସହସଂପାଦକ ଭାବେ ଶନିବାର ଅନୁଷ୍ଠିତ ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି। କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ଅଧିରାଜ ମହାନ୍ତି, ସରୋଜକାନ୍ତ ମଣ୍ଡଳ, ପୃଥିବୀ ରାଜ୍, ବୀଣାପାଣି ତ୍ରିପାଠୀ, ସୁମିତ ଶେଖର ପଟ୍ଟନାୟକ, ମଳୟ ରଂଜନ ବେହେରା, ଶିଶିର ଚନ୍ଦ୍ର ଦାଶ, ସତ୍ୟନାରାୟଣ ମିଶ୍ର ଓ ସୁଲୋଚନା ପାତ୍ର ନିର୍ବାଚିତ ହୋଇଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ଶନିବାର ଦିନ ହାଇକୋର୍ଟ ବାର୍ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସକାଳ ୮ଟା ଠାରୁ ଦିନ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିବା ବେଳେ ସାଢେ ୩ଟାରେ ଭୋଟ ଗଣତି ଆରମ୍ଭ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଟ ଗଣତି ପରେ ଚୂଡ଼ାନ୍ତ ଫଳ ପ୍ରକାଶ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/high-court.jpg)