କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଦାବିପତ୍ର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ବହୁ ଦିନ ଧରି ଦାବି ହୋଇ ଆସୁଛି। ଏଥିପାଇଁ ଜିଲ୍ଲାରେ ଲଗାତାର ଆନ୍ଦୋଳନ ହେଉଛି। କଳାହାଣ୍ଡି ଜିଲ୍ଲା ଓକିଲ ସଂଘ ପକ୍ଷରୁ ସଭାପତି ଭବେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀ ଗସ୍ତ କରି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ। ପରେ ସାଂସଦଙ୍କ ଉପସ୍ଥିତିରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ଆଲୋଚନା କରିଥିଲେ। ଏହି ପ୍ରତିନିଧି ଦଳରେ ଆଇନଜୀବୀ ଯଶୋବନ୍ତ ନାଏକ, ସତ୍ୟ ପଟ୍ଟନାୟକ, ନବୀନ ଦାସ, ରଙ୍ଗାଧର ମହାନନ୍ଦ, ମହମ୍ମଦ ସବୀର, ସୁରେଶ ପ୍ରଧାନ, ଗଙ୍ଗାଧର ପାତ୍ର, ଶୈଳେନ୍ଦ୍ର ପରିଡା ପ୍ରମୁଖ ସାମିଲ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ବପ୍ନାନନ୍ଦ ନାଏକ, ପ୍ରମୋଦ ପଟ୍ଟନାୟକ, କୁମୁନ୍ଦ ଭୋଇ, କିଶାନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲାରେ ମାସର ଶେଷ ସୋମବାର ଜିଲ୍ଲା ଦୌରାଜଜ କୋର୍ଟ ସମ୍ମୁଖ‌ରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦେଇ ଆସୁଛନ୍ତି।

ସମ୍ବନ୍ଧିତ ଖବର