ଭୁବନେଶ୍ବର: ହାଇେକାର୍ଟ ବେଞ୍ଚ ସ୍ଥାପନ ଆଦି ପ୍ରସଙ୍ଗକୁ ନେଇ େକାର୍ଟରେ ଲାଗିରହିଥିବା ଅଚଳାବସ୍ଥା ଉପରେ ଆଜି ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ଏମିତି େଯ େଲାକେ ଆଇନକୁ ହାତକୁ ନେଇପାରନ୍ତି େବାଲି କଂଗ୍ରେସ େନତା ନରସିଂହ ମିଶ୍ର ସରକାରଙ୍କୁ ସତର୍କ କରାଇଛନ୍ତି। କେବଳ ସେତିକି ନୁେହଁ, ରାଜ୍ୟରେ ଅରାଜକତା ଦେଖାଦେଲାଣି ଓ ଆଇନର ଶାସନ ନାହିଁ େବାଲି ବି କଡ଼ା ମନ୍ତବ୍ୟ ଦେଇଛନ୍ତି ବିେରାଧୀ। ଅନ୍ୟପଟରେ େକାର୍ଟରେ େଦଖା ଦେଇଥିବା ଅଚଳାବସ୍ଥା େନଇ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଓ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ହାଇକୋର୍ଟ ଆଂଶିକ ଅଚଳାବସ୍ଥା େନଇ ଅମର, ସୌମ୍ୟଙ୍କ ଉଦବେଗ
ଆଜି ଶୂନ୍ୟକାଳରେ କଂଗ୍ରେସ ଦଳର େନତା ନରସିଂହ ମିଶ୍ର କହିଥିଲେ, ରାଜ୍ୟର ବିଭିନ୍ନ ଅଦାଲତରେ ଏବେ ଅଚଳାବସ୍ଥା େଦଖାଦେଲାଣି। ହାଇେକାର୍ଟ େବଞ୍ଚ ସ୍ଥାପନ ଦାବିରେ ବଲାଙ୍ଗୀରରେ େକାର୍ଟ ଅଚଳ ରହିଛି। ଓଡ଼ିଶା େଲାକେ ନ୍ୟାୟ ପାଇବାରୁ ବଞ୍ଚିତ େହଉଛନ୍ତି। ସମ୍ବିଧାନର ବ୍ୟବସ୍ଥା ଅନୁସାରେ, କାହାକୁ ନ୍ୟାୟ ପାଇବାରୁ ବଞ୍ଚିତ କରାଯାଇପାରିବ ନାହିଁ। କିନ୍ତୁ ବାସ୍ତବତା େହଉଛି, ରାଜ୍ୟରେ ଆଇନର ଶାସନ ନାହିଁ। େଲାକଙ୍କୁ ନ୍ୟାୟ ପାଇବାରୁ ବଞ୍ଚିତ କରାଯାଉଛି। ରାଜ୍ୟରେ ଅରାଜକତା େଦଖାଗଲାଣି।
ଶ୍ରୀ ମିଶ୍ର କହିଥିଲେ, ଏମିତିରେ ଲକ୍ଷ ଲକ୍ଷ ମାମଲା କୋର୍ଟରେ ବିଚାର ଅପେକ୍ଷାରେ ରହିଛି। ବର୍ଷ ବର୍ଷ ଧରି ବିଚାର େହାଇପାରୁନାହିଁ। ବାରମ୍ବାର କହିବା ପରେ ବି ନିଦ ଭାଙ୍ଗୁନି। ରାଜ୍ୟରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି େହାଇଛି। ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ। ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ରାଜ୍ୟ ସରକାର ସମସ୍ୟା ସମାଧାନ ପାଇଁ କି ରାସ୍ତା ବାହାର କରୁଛନ୍ତି, ସେ କଥା ଜଣାନ୍ତୁ। ଶ୍ରୀ ମିଶ୍ର କହିଥିଲେ, ସରକାର କହୁଛନ୍ତି, ହାଇକୋର୍ଟ ବେଞ୍ଚ େକଉଁଠି ହେଲେ ବି ଆମର ଆପତ୍ତି ନାହିଁ। କିନ୍ତୁ େକନ୍ଦ୍ର ସରକାର କହୁଛନ୍ତି ସୁପ୍ରିମକୋର୍ଟଙ୍କ ନିୟମ ଅନୁସାରେ ଚିଠି େଲଖାଯାଉନାହିଁ। ହାଇେକାର୍ଟ େବଞ୍ଚ ସ୍ଥାପନ ପ୍ରସଙ୍ଗରେ ଯଶୋବନ୍ତ ସିଂହ କମିସନ ତାଙ୍କ ରିେପାର୍ଟ େଦଇଛନ୍ତି। େକନ୍ଦ୍ର ସରକାର ଏହାକୁ ଗ୍ରହଣ କରିଛନ୍ତି। ଅତଏବ, ହାଇେକାର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ ସରକାର କମିସନଙ୍କ ସୁପାରିସ ମାନିବାକୁ ବାଧ୍ୟ। େକଉଁଠି େହବ, ମୁଖ୍ୟମନ୍ତ୍ରୀ ସେ ସଂକ୍ରାନ୍ତରେ ନିର୍ଦିଷ୍ଟ ଭାବେ ଚିଠି ଲେଖିବା କଥା।
ଶ୍ରୀ ମିଶ୍ର କହିଥିଲେ, ପୂର୍ବରୁ ରାଜ୍ୟ ସରକାର ପାଲ କମିସନ କଥା କହୁଥିଲେ। େକଉଁଠି ହାଇେକାର୍ଟ ବେଞ୍ଚ ସ୍ଥାପନ ହେବ, େସ େନଇ ଏ କମିଟି ଗଠନ େହାଇଥିଲା। ସରକାର ଏହି ଆଳ େଦଖାଇ ଖସି ଆସୁଥିଲେ। ଇତିମଧ୍ୟରେ କମିସନ ତାଙ୍କ ରିେପାର୍ଟ ଦେଇସାରିଛନ୍ତି। ଆମ ବ୍ୟବସ୍ଥା ଅନୁସାରେ, କମିସନଙ୍କ ରିପୋର୍ଟ ମିଳିବାର ୬ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିେପାର୍ଟ ସହ ଗୃହରେ ଉପସ୍ଥାପନ କରାଯିବା ବାଧ୍ୟତାମୂଳକ। କିନ୍ତୁ ଏହା କୁଆଡେ ଗଲା? େଲାକେ େଯତେବେଳେ ନିରାଶ େହବେ, ବ୍ୟବସ୍ଥା େଯତେବେଳେ ତାଙ୍କୁ ନ୍ୟାୟ ପ୍ରଦାନ କରିବାରେ ବିଫଳ ହେବ, ସେତେବେଳେ ସେମାନେ ଆଇନକୁ ତାଙ୍କ ହାତକୁ ନେବେ। କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଥିଲେ, ୮ମାସ ହେଲା ଅବିଭକ୍ତ େକାରାପୁଟ ଜିଲ୍ଲାରେ େକାର୍ଟ ଅଚଳ େହାଇ ରହିଲାଣି। େଜଲ ଭର୍ତି େହାଇଗଲାଣି। ଏ େନଇ ଗୃହ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଆଇନ ସଚିବ, ଅନ୍ୟମାନଙ୍କୁ େଭଟି ସାରିଲୁଣି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ େହଉ ଆପତ୍ତି ନାହିଁ। କିନ୍ତୁ ଅନୁସୂଚିତ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ େବଞ୍ଚ ସ୍ଥାପନ କରାଯାଉ। େଲାକେ ହତ୍ୟାକାଣ୍ଡ ମାମଲାରେ ମଧ୍ୟ ଅର୍ଥାଭାବ କାରଣରୁ ମାମଲା ଲଢିବା ପାଇଁ ହାଇକୋର୍ଟ ପର୍ଯ୍ୟନ୍ତ ଆସୁନାହାନ୍ତି। ବିେଜଡି ବିଧାୟକ ଅନନ୍ତ ଦାସ ହାଇକୋର୍ଟ ବେଞ୍ଚ େନଇ ଉତ୍ତର ଓଡ଼ିଶାରେ େହଉଥିବା ଆନ୍ଦୋଳନ ସଂପର୍କରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୟୂରଭଂଜରୁ ମଧ୍ୟ ଦାବି ଉଠିଥିବା େନଇ ଜଣାଇଥିଲେ।
ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ, ହାଇେକାର୍ଟ ମଧ୍ୟ ଅଧା ଅଚଳ ଅବସ୍ଥାରେ ରହିଛି। ୩ ଜଣ ବିଚାରପତିଙ୍କ େକାର୍ଟଙ୍କୁ ଓକିଲମାନେ ବର୍ଜନ କରିଛନ୍ତି। େଗାଟିଏ ପଟେ ପାଖାପାଖି ଅଧା ବିଚାରପତି ଖାଲି। ସେଥିରେ ଯଦି ଏମିତି େହବ, ତେବେ େଲାକେ କେମିତି ନ୍ୟାୟ ପାଇେବ? ସରକାର ଏଥିରେ ହସ୍ତକ୍ଷେପ କରିବା ପାଇଁ ସେ ଦାବି କରିଥିଲେ। ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ହାଇକୋର୍ଟ ବେଞ୍ଚ କେଉଁଠି େହବ, ନ୍ୟାୟମୂର୍ତି କିଏ ହେବେ, ପୁଲିସ-ଆଇନଜୀବୀଙ୍କ ମଧ୍ୟରେ ବିବାଦ ହେବ, ଏମିତି େଛାଟ େଛାଟ ପ୍ରସଙ୍ଗକୁ ନେଇ େକାର୍ଟ ବନ୍ଦ େହଉଛି। ଓଡ଼ିଶା ଜନତା କାହିଁକି କ୍ଷତିଗ୍ରସ୍ତ ହେବେ?
ନ୍ୟାୟମୂର୍ତି ଓ ଆଇନଜୀବୀଙ୍କୁ ନେଇ େକାର୍ଟ। ହାଇେକାର୍ଟରେ ତିନି ଜଣ ବିଚାରପତିଙ୍କ କୋର୍ଟକୁ ଆଇନଜୀବୀ ବର୍ଜନ କରିଛନ୍ତି। େଯଉଁମାନଙ୍କ ଉପରେ ନ୍ୟାୟମୂର୍ତି ଚୟନ କରିବାକୁ ନୈତିକ ଉତ୍ତରଦାୟିତ୍ବ ନ୍ୟସ୍ତ ରହିଛି। ଏବେ ହାଇକୋର୍ଟରେ ନ୍ୟାୟମୂର୍ତି ଚୟନକୁ ନେଇ ଅସନ୍ତୋଷ ସୃଷ୍ଟି ହେଉଛି। ନ୍ୟାୟମୂର୍ତି ଚୟନ କମିଟି କାହା ନାଁ ସୁପାରିସ କରୁଛି ତାହା ପଦାକୁ ଆସୁଛି କେମିତି?
ଶ୍ରୀ ପଟ୍ଟନାୟକ କହିଥିଲେ, ଅଭିଯୋଗ ହେଉଛି ଜଣେ ଓଡିଶା ବାହାରର ଆଇନଜୀବୀଙ୍କୁ ନ୍ୟାୟମୂର୍ତି ଭାବେ ଚୟନ କରାଯାଉଛି। ଏହା ପଛରେ କାହାର ଚାପ କାମ କରୁଛି? ଆନ୍ଦୋଳନ କରୁଥିବା ଆଇନଜୀବୀମାନେ ଅଭିଯୋଗ କରୁଛନ୍ତି ଯେ, ସେ କେବେ ବି ଓଡିଶା ହାଇକୋର୍ଟରେ କେସ ଲଢିନାହାନ୍ତି। ଦିଲ୍ଲୀରେ ବି ନୁେହଁ। ଏମିତିରେ ତାଙ୍କୁ ଚୟନ କରାଯିବ କେମିତି େବାଲି ସେମାନେ ପ୍ରଶ୍ନ କରୁଛନ୍ତି। ଜନପ୍ରତିନିଧି ଭାବେ ବିଧାୟକମାନେ ମଧ୍ୟ ଓକିଲ ଓ ନ୍ୟାୟପାଳିକାଙ୍କ ସମ୍ପର୍କରେ କିଛି କହିବାକୁ ଡରୁଛନ୍ତି ବୋଲି ସୂଚାଇ ଶ୍ରୀ ପଟ୍ଟନାୟକ କହିଥିଲେ, ରାଜନେତା ଭାବେ ବିଭିନ୍ନ ସମୟରେ ମାଲିମକଦ୍ଦମାରେ ଜଡିତ ହେଉଥିବାରୁ ନ୍ୟାୟପାଳିକାଙ୍କ ରୋଷର ଶିକାର ହେବେ, ସେ ନେଇ ଡର ରହୁଛି। କିନ୍ତୁ ନ୍ୟାୟପାଳିକାକୁ ଆମେ ଯେଉଁ ସମ୍ମାନ ଦେବାକୁ ଚାହୁଁଛନ୍ତି, ସେମାନେ ମଧ୍ୟ ସେଥିପାଇଁ େଯାଗ୍ୟ ହେବା ଉଚିତ େବାଲି ଶ୍ରୀ ପଟ୍ଟନାୟକ ମତ େଦଇ ଓକିଲ ଆନ୍ଦୋଳନରେ ସରକାର ହସ୍ତକ୍ଷେପ କରି ଆଲୋଚନା ମାଧ୍ୟମରେ ଏହାର ସମାଧାନ କରାଯାଉ ବୋଲି ପ୍ରସ୍ତାବ ଦେଇଥିଲେ। ଏପରିକି ଗୃହର ଆଇନ ସଂକ୍ରାନ୍ତରେ ଥିବା ଅଭିଜ୍ଞ ବିଧାୟକଙ୍କୁ େନଇ କମିଟି ଗଠନ ଲାଗି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।