ମହାପ୍ରଭୁଙ୍କୁ ଦର୍ଶନ କଲେ ହାଇକୋର୍ଟର ବିଦାୟୀ ମୁଖ୍ୟ ବିଚାରପତି

ପୁରୁଣା ଭୁବନେଶ୍ୱର : ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କଳ୍ପେଶ ସତ୍ୟେନ୍ଦ୍ର ଜାଭେରି ଆଜି ସନ୍ଧ୍ୟାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି। ଜଷ୍ଟିସ୍‌ ଜାଭେରି ପ୍ରଥମେ ସିଦ୍ଧି ବିନାୟକଙ୍କ ଦର୍ଶନ କରି ମହାପ୍ରଭୁଙ୍କ ନିକଟରକୁ ଯାଇ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ପାର୍ଶ୍ବ ଗଣେଶ, ମା’ ପାର୍ବତୀ ଓ ମା’ ଭୁବନେଶ୍ବରୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଦେବୋତ୍ତର କମିସନର ଚିତ୍ତରଂଜନ ମହାପାତ୍ର, ସହାୟକ କମିସନର୍‌ ଆଶିଷ ପଟ୍ଟନାୟକ, ଖୋର୍ଧା ଜିଲ୍ଲା ଜଜ୍‌ ଜଷ୍ଟିସ ଲୋକନାଥ ମହାପାତ୍ର, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ତାଙ୍କୁ ସ୍ବାଗତ କରିବା ସହ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର