ସବ୍ୟସାଚୀ ପଣ୍ଡାଙ୍କ ଜାମିନ ଖାରଜ

କଟକ : ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ଜାମିନ ଆବେଦନ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ୍‌ ଏସ୍‌.କେ.ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ସବ୍ୟସାଚୀଙ୍କ ଜାମିନ ଆବଦନ ଶୁଣାଣି କରି ଖାରଜ କରିଛନ୍ତି। ନିମ୍ନ ଅଦାଲତରେ ଆବେଦନକାରୀଙ୍କ ବିରୋଧରେ ବିଚାରାଧୀନ ମାମଲାର ଶୁଣାଣି ଯଥା ଶୀଘ୍ର ଶେଷ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୬, ମାର୍ଚ୍ଚ ୨୪ରେ ସବ୍ୟସାଚୀଙ୍କ ସହିତ ଆଉ କିଛି ନକ୍ସଲ ମିଳିତ ଭାବେ ଗଜପତି ଜିଲା ଆର. ଉଦୟଗିରି ଥାନା ଉପରେ ଆକ୍ରମଣ କରିଥିଲେ। ଏ ନେଇ ସବ୍ୟସାଚୀ ଓ ଅନ୍ୟମାନଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିଲା।

ଆସ୍ଥା ମୁଖ୍ୟ ଶୁୁଭ୍ରାଂଶୁଙ୍କ ଜାମିନ ଶୁଣାଣି ଶେଷ

କଟକ : ଆସ୍ଥା ଇଣ୍ଟରନ୍ୟାସନାଲ୍‌ ଲିମିଟେଡ ସଂସ୍ଥା ନିର୍ଦ୍ଦେଶକ ତଥା ଓଡିଶା ମୁଖ୍ୟ ଶୁଭ୍ରାଂଶୁ ଶେଖର ଲେଙ୍କାଙ୍କ ନିୟମିତ ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଟହଲି ଚରଣ ମହାନ୍ତି ମାମଲା ପରିଚାଳନା କରୁଥିବା ବେଳେ ରାଜେଶ ପ୍ରସାଦ ଭଗତ ତାଙ୍କୁ ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର