ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲା: ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲା: ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ

କଟକ/ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ଆଜି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଜାମିନ ପ୍ରଦାନ କରିଥିବା ଜଣାଯାଇଛି। ଭବିଷ୍ୟତରେ ଏଭଳି ନ କରିବା ଲାଗି ତାଙ୍କୁ ତାଗିଦ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ।

ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୧୮ ତାରିଖ ଦିନ ଅନିମେଶ ଚକ୍ରବର୍ତ୍ତୀଙ୍କୁ ପୁଲିସ ଗିରଫ କରିଥିଲା। ସିଟି ଡିଏସପି କେକେ ହରିପ୍ରସାଦଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ଅନିମେଶଙ୍କୁ ଗିରଫ କରାଯାଇଥିଲା। ନୋ ଫ୍ଲାଇଂ ଜୋନରେ ଡ୍ରୋନ୍ ଉଡ଼ାଇ ଶ୍ରୀମନ୍ଦିର ଭିତରବେଢ଼ାର ଫଟୋ ଭିଡ଼ିଓ ଅନିମେଶ ନିଜ ୟୁନିଫାଏଡ୍ ଅନିମେଶ ନାଁରେ ଏକ ୟୁ-ଟ୍ୟୁବ ଚ୍ୟାନେଲରେ ଗତ ବର୍ଷ ନଭେମ୍ବର ୧୯ ତାରିଖରେ ଅପଲୋଡ୍ କରିଥିଲେ। ଏପରିକି ଭିଡିଓର ଗୋଟିଏ ଫୁଟେଜ ନେଇ ୨୦ ହଜାର ଟଙ୍କା ଦାବି କରିଥିଲେ। ପରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଘଟଣାର ତଦନ୍ତ ଆରମ୍ଭ କରିଥିଲା
ଏହି ଘଟଣାରେ ସିଂହଦ୍ବାର ଥାନାରେ ଏନେଇ ଏତଲା ଦିଆଯିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଏତଲା ପରେ ଅନିମେଶ ଓଡ଼ିଶାର ଚାରିକୋଟି ଜନତାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ଏହାପରେ ଆଗୁଆ ଜାମିନ ପାଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଅନିମେଶ। ପରେ ଜାନୁଆରୀ ୭, ୨୦୨୩ରେ ଅନିମେଶ ଚକ୍ରବର୍ତ୍ତୀଙ୍କ ଆଗୁଆ ଜାମିନ ହାଇକୋର୍ଟ ଖାରଜ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe