କରୋନାକୁ ନେଇ ଏପ୍ରିଲ ୧୫ ପର୍ଯ୍ୟନ୍ତ ହାଇକୋର୍ଟଙ୍କ କଟକଣା

କଟକ : ‘କରୋନା’କୁ ନେଇ ଦେଖା ଦେଇଥିବା ପରିସ୍ଥିତିରେ ଆଜି ହାଇକୋର୍ଟ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଅଦାଲତି କାର୍ଯ୍ୟ ଓ ଅଫିସ କାର୍ଯ୍ୟ ପ୍ରସଂଗରେ ଗୁରୁତ୍ବପୂର୍ଣ୍ଣ କଟକଣା ଜାରି କରିଛନ୍ତି। ହାଇକୋର୍ଟଙ୍କ ସ୍ବାଭାବିକ କାର୍ଯ୍ୟ ମାର୍ଚ୍ଚ ୨୬ରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସାମୟିକ ଭାବେ ସ୍ଥଗିତ (ସସ୍‌ପେଣ୍ଡ) ରହିବ ବୋଲି ଆଜି ପ୍ରକା‌ଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ହାଇକୋର୍ଟଙ୍କ କାର୍ଯ୍ୟାଳୟର ସ୍ବାଭାବିକ କାର୍ଯ୍ୟ ମଧ୍ୟ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସାମୟିକ ଭାବେ ସ୍ଥଗିତ ରହିବ। ମାର୍ଚ୍ଚ ୨୫ରୁ ୨୧ ଦିନ ପାଇଁ ସାରା ଦେଶରେ ଲକ୍ ଡାଉନ ପାଇଁ କେନ୍ଦ୍ର ସରକାର ଘୋଷଣା କରିବା ପରିପ୍ରେକ୍ଷୀରେ ହାଇକୋର୍ଟ ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଅତି ଜରୁରୀ ମାମଲା ସଂପର୍କରେ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ନିକଟରେ ଅଫିସିଆଲ ଇ-ମେଲ୍ ଜରିଆରେ ମେନ୍‌ସନ୍ ମେମୋ ଦାଖଲ କରାଯାଇ ପାରିବ। ଯେଉଁ ମାମଲାର ଶୁଣାଣି ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିପାରିବ ନାହିଁ ସେ ନେଇ ଇ-ମେଲ୍ ମାଧ୍ୟମରେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ‌ମେନ୍‌ସନ୍ ମେମୋ ଦାଖଲ କରି ଅବଗତ କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର