ପୌର ନିର୍ବାଚନ ପାଇଁ ୨୪ରେ ହାଇକୋର୍ଟ ଛୁଟି ସହ ସରକାରୀ ଛୁଟି

କଟକ : ମାର୍ଚ୍ଚ ୨୪ ତାରିଖ ଦିନ ହାଇକୋର୍ଟ ଛୁଟି ‌ରହିବ। ଏ ନେଇ ହାଇକୋର୍ଟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ ୨୪ ତାରିଖ ଦିନ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଏ ନେଇ ରାଜ୍ୟ ନିର୍ବାଚନ କମିସନ ୨୦୨୨, ମାର୍ଚ୍ଚ ୬ରେ ଜାରି କରିଥିବା ଚିଠିକୁ ବିଚାରକୁ ନେଇ ହାଇକୋର୍ଟଙ୍କ ପକ୍ଷରୁ ଏପରି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମାର୍ଚ୍ଚ ୨୪ ତାରିଖ ଦିନ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ଛୁଟି ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

୨୪ରେ ସରକାରୀ ଛୁଟି
ଭୁବନେଶ୍ବର : ୨୪ରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ଭୁବନେଶ୍ବର, ବ୍ରହ୍ମପୁର ଓ କଟକ ମହାନଗର ନିଗମ, ୧୦୬ଟି ମ୍ୟୁନିସିପାଲଟି/ଏନ୍‌ଏସିରେ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଥିବା ବେଳେ ଏହି ଦିନକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। କେବଳ ଟ୍ରେଜେରି ଓ ଉପ-ଟ୍ରେଜେରି କର୍ମଚାରୀଙ୍କୁ ବାଦ୍ ଦେଲେ ଅନ୍ୟମାନଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି। ଏହାସହ ଭୋଟ ଦେବା ପାଇଁ ସରକାରୀ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ଛୁଟି ମଞ୍ଜୁର କରାଯାଇଛି। ସର୍ବାଧିକ ୩ଦିନ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ଏହି ଛୁଟି ମିଳିବ। ଏ ନେଇ ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସବୁ ବିଭାଗକୁ ଚିଠି ଜାରି ହୋଇଛି।

ସମ୍ବନ୍ଧିତ ଖବର