ସ୍ୟାଟ୍‌ଙ୍କ ରାୟ ହାଇକୋର୍ଟରେ କାଏମ, ସରକାରଙ୍କ ଆବେଦନ ଖାରଜ

ଅବସରପ୍ରାପ୍ତ ଭିଏଲଡବ୍ଲୁଙ୍କୁ ପେନସନ୍‌ ଓ ଅବସରକାଳୀନ ପ୍ରାପ୍ୟ ପ୍ରସଂଗ

କଟକ: ଭିଏଲ୍‌ଡବ୍ଲୁ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିବା ଆବେଦନକାରୀଙ୍କ ଗ୍ରାମପଞ୍ଚାୟତ ସଂପାଦକ କାର୍ଯ୍ୟକାଳକୁ ବିଚାରକୁ ନିଆଯାଇ ପେନ୍‌ସନ୍‌ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ। ୨୦୧୬, ଫେବ୍ରୁଆରି ୧୭ରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ଏପରି ରାୟ ପ୍ରଦାନ କରିିଥିଲେ। ସ୍ୟାଟ୍‌ଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ରାଜ୍ୟ ପଞ୍ଚାୟତିରାଜ ବିଭାଗ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ.ଆର୍‌.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି। ଫଳରେ ସ୍ୟାଟଙ୍କ ନିର୍ଦ୍ଦେଶ ହାଇକୋର୍ଟରେ କାଏମ ରହିଛି। ସ୍ୟାଟଙ୍କ ନିର୍ଦ୍ଦେଶରେ କୌଣସି ତ୍ରୁଟି ନଥିବା ବେଳେ ଏଥିରେ ହସ୍ତକ୍ଷେପର ଆବଶ୍ୟକତା ନାହିଁ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ପ୍ରତିପକ୍ଷ ନିରଂଜନ ବିଶ୍ୱାଳ, ମୋହନ ନାୟକ ଓ ଅନ୍ୟମାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ମାମଲା ପରିଚାଳନା କରୁଥିବା ବେଳେ ଦିଲ୍ଲୀପ କୁମାର ପଟ୍ଟନାୟକ ତାଙ୍କୁ ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର