ହାଇକୋର୍ଟ ବିଚାରପତିଙ୍କୁ ବି ମାଗଣାରେ ମିଳିବ ଫ୍ୟାନ୍ସି ନମ୍ବର

ଭୁବ‌େନଶ୍ବର : ଏଣିକି ହାଇକୋର୍ଟର ବିଚାରପତିମାନେ ବି ଚାହିଁଲେ ସେମାନଙ୍କ ଗାଡ଼ି ପାଇଁ ଫ୍ୟାନ୍‌ସି ବା ମନପସନ୍ଦର ନମ୍ବର ମାଗଣାରେ ନେଇପାରିବେ। ଏନେଇ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୭ ମସିହାରେ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଭାରତ ରତ୍ନରେ ସମ୍ମାନିତ ହୋଇଥିବା ବ୍ୟକ୍ତି, ଉପମୁଖ୍ୟମନ୍ତ୍ରୀ, ହାଇକୋର୍ଟର ମୁଖ୍ୟ ବିଚାରପତି, ଲୋକପାଳ, ବିଧାନସଭା ବାଚସ୍ପତି, କ୍ୟାବିନେଟ ମନ୍ତ୍ରୀ, ପ୍ଲାନିଂ ବୋର୍ଡ ଅଧ୍ୟକ୍ଷ, ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଧାନସଭାର ବିରୋଧୀ ଦଳ ନେତାଙ୍କୁ ମାଗଣାରେ ୧ରୁ ୧୨ ମଧ୍ୟରେ ଯେକୌଣସି ନମ୍ବର ଏବଂ ସଂରକ୍ଷିତ ଥିବା ୬୧ଟି ଫ୍ୟାନ୍ସି ନମ୍ବରରୁ ଯେକୌଣସି ନମ୍ବର ନେବାର ନିୟମ ଥିଲା। ଏବେ ହାଇକୋର୍ଟର ବିଚାରପତିମାନଙ୍କ ପାଇଁ ୧୩ରୁ ୨୦ ଏବଂ ଅନ୍ୟ ଫ୍ୟାନ୍‌ସି ନମ୍ବର ‌ମାଗଣାରେ ଦିଆଯାଇପାରିବ ବୋଲି ପରିବହନ କୁହାଯାଇଛି। ହେଲେ ଫ୍ୟାନ୍ସି ନମ୍ବର ପାଇଁ ପୂର୍ବରୁ କେହି ବୁକିଂ କରିନଥିବା ଦରକାର। ‌ସୂଚନାଯୋଗ୍ୟ ଯେ, ଏବେ ସ୍ବୟଂଚାଳିତ ପ୍ରକ୍ରିୟାରେ ସମସ୍ତଙ୍କୁ ଗାଡ଼ି ନମ୍ବର ଆବଣ୍ଟନ ହେଉଥିବାବେଳେ ଯେଉଁମାନେ ପସନ୍ଦର ନମ୍ବର ବା ପଞ୍ଜୀକୃତ ହୋଇଥିବା ୬୧ଟି ନମ୍ବରରୁ କୌଣସି ନମ୍ବର ନେବାକୁ ଚାହୁଁଛନ୍ତି ସେମାନଙ୍କୁ ଅର୍ଥ ଜମା କରିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର